ସାଇକେଲ୍ ଧକ୍କାରେ କାରଟିଏ ଚେପା ହୋଇଯାଇଛି। ଏହାର ଫଟୋ ଭାଇରାଲ ହେବାପରେ ଲୋକେ ଏହାକୁ ମିଛ ଭାବିଥିଲେ। ହେଲେ ପୋଲିସ ଏହାର ଭିଡ଼ିଓ ଜାରି କରି ଘଟଣାଟି ସତ ବୋଲି କହିଛି।
ଚାଇନାର ସୋସିଆଲ ମିଡିଆରେ ଏହି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦେଖାଯାଉଛି ଗୋଟିଏ ସାଇକେଲ୍ ଧକ୍କାରେ ଏକ କାରର ସମ୍ନାପଟ ପୂରା ଚେପା ହୋଇଯାଇଛି। ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରୁ ଚାଇନା ପୋଲିସ ପକ୍ଷରୁ ଏହାର ଏକ ଭିଡିଓ ମଧ୍ୟ ଜାରି କରାଯାଇଛି।
ଟ୍ରାଫିକ ନିୟମ ନମାନି ସାଇକେଲ ଆରୋହୀ ଜଣକ ଭୁଲ ରାସ୍ତାରେ ମାଡି ଯିବାରୁ ଏପରି ଘଟିଛି। ଦୁର୍ଘଟଣାରେ ସାଇକେଲ ଆରୋହୀ ସମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।