ସମ୍ବଲପୁର: ସେଲଫି ବେଵୋ ଅଭିନେତ୍ରୀ ସିମରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୁଲିସ ସିମରନଙ୍କ ତଥାକଥିତ ସ୍ୱାମୀ ଯୁଗ ସୁନା ଓରଫ ଧ୍ରୁବରାଜକୁ ଗିରଫ କରିଛି। ତାକୁ ଏକ ପୁଲିସ ଟିମ ଝାରସୁଗୁଡା ନେଇଛି। ତେବେ ସେ ସିମରଙ୍କୁ ହତ୍ୟା କରିଥିବା ଅଭିଯୋଗକୁ ଖଣ୍ଡନ କରିଛି। ଅନ୍ୟ ପୁରୁଷ ସହ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିବା କଥା ସ୍ଵୀକାର କରିଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି। ମିଳିଥିବା ସୂଚନା ଅନୁଯାୟୀ କୁଆଡେ ଉକ୍ତ ଘଟଣା ପୂର୍ବରୁ ସିମରନ ହ୍ୱାଟସ ଆପ୍ ଭଏସ୍ ମେସେଜ ପଠାଇଥିଲେ। ଏହି ଭଏସ ମେସେଜରେ ସେ ସବୁଦିନ ପାଇଁ ଦୂରକୁ ବହୁ ଦୂରକୁ ଚାଲି ଯାଉଛି ବୋଲି କହିଛି। ତେବେ ପ୍ରକୃତରେ ସିମରନ ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନି। ଘଟଣାଟି ଏବେ ବି ରହସ୍ୟାବୃତ୍ତ ହୋଇରହିଛି।
ପ୍ରକାଶ ଥାଉକି ଗତ ୧ତାରିଖରେ ସିମରନ ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ୨ତାରିଖରେ ଝାରସୁଗୁଡ଼ାକୁ ଫେରୁଥିଲେ।ହେଲେ ଘରକୁ ନ ପହଞ୍ଚି ତାଙ୍କ ମୃତ ଦେହ ମହନଦୀ ବ୍ରିଜ ତଳୁ ଉଦ୍ଧାର ହୋଇଥିଲା।