ଭୁବନେଶ୍ୱର,୫/୧: ତରଙ୍ଗ ଚାନେଲର ସିରିଏଲ ‘ଏସିପି ନିକିତା’ର ଲିଡ ରୋଲ କରୁଥିବା ଜଣାଶୁଣା ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ଘଟିଛି। ଗତକାଲି ସେ ୩୦ ଫୁଟ ଉଚ୍ଚ ଛାତ ଉପରୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି। ‘ଆଖି ଖୋଲିବାକୁ ଡର ଲାଗୁଛି’, ‘ଚୋରି ଚୋରି ମନ ଚୋରି’, ‘ମିତ ବସିଛି ମୁଁ ଭୁତ ସାଥିରେ’, ‘ଗୁଣ୍ଡା’ ଆଦି ଫିଲ୍ମରେ ଅଭିନୟ କରିଥିବା ବେଳେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ‘ଏସିପି ନିକିତା’ ଏବଂ ‘ତପସ୍ୟା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ।