ସଇଁତଲା,୭/୧:
ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଛନଛଡା ଠାରେ ଚାଲିଥିବା ସର୍ବ ଭାରତୀୟ ପାଟଣେଶ୍ବରୀ ଫୁଟବଲ ପ୍ରତିଯୋଗିତାର ରବିବାର ଦିନ ଖେଳ
ବଲାଂଗିର ଏବଂ ଟିଟିଲାଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଟିଟିଳାଗଡ ୨-୦ ଗୋଲରେ ବିଜୟ ହୋଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଟିଟିଳାଗଡ ଏପିଓ ଲକ୍ଷ୍ମଣ କୁମାର ବୁଡେକ ଓ ସମ୍ମାନିତ ଅତିଥି ଭାବେ ବିଘ୍ନରାଜ ରଣା ଯୋଗଦେଇ ଥିଲେ । ପାଣ୍ଡବ ବିଶି, ରିଙ୍କୁ ବିଶି ଓ ଲୋକନାଥ ବିଶି ଖେଳ ପରିଚାଲନା କରିଥିଲେ । ବସନ୍ତ ବେହେରା ଓ ମୋହନ ବେହେରା ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ସୁଧାଂଶୁ, ଭାରତ, ମନୋଜ, ଗଣ୍ଡାରୁ, ରାଜେଶ, ଅଲୋକ, ଉମେଶ ଆଦି ସହଯୋଗ କରିଥିଲେ ।
Report by Gokulananda Bagarty Correspondent Saintala odiabarta.in