କଳାହାଣ୍ଡିରେ ଚକା ବନ୍ଦ (Visual News)

କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କଳାହାଣ୍ଡି,୭/୧:

କଳାହାଣ୍ଡି ଜିଲ୍ଲା ଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ମିଳିତ କଳାହାଣ୍ଡି କ୍ରିୟାନୁଷ୍ଠାନ କମିଟି ଓ ମିଳିତ ଓକିଲ ସଂଘ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଆଜି ଜିଲ୍ଲାର ମୂଖ୍ୟାଳୟ ସମେତ ନର୍ଲା, ଜୁନାଗଡ, କୋକସରା, କେସିଙ୍ଗା, ମ ରାମପୁର ଆଦି ସହର ମାନଙ୍କରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛି । ଜିଲ୍ଲାରେ ଜାନ ବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବାସହ ଦୋକାନ ବଜାର ବନ୍ଦ ରହିଥିଲା । ସାଧାରଣ ଜନତା ମଧ୍ୟ ଏହି ବନ୍ଦକୁ ସମର୍ଥନ କରୁଥିବା ଦେଖିବାକୁ ମିଲିଥିଲା ।

ନର୍ଲା ଠାରେ ନର୍ଲା ବାର୍ ଆସୋସିଏସନ ସଭାପତି କୁବେର ସାହୁଙ୍କ ନେତୃତ୍ବରେ ସଂପାଦକ ଡୁଲେଶ୍ବର ସାହୁ, ପୂର୍ଣ୍ଣଚନ୍ଦ୍ର ମାଝୀ, ଚନ୍ଦ୍ର ସେଖର ଚନ୍ଦ, କ୍ଷୀତିସ ମହାପାତ୍ର, ବିଶ୍ବ ରଂଜନ ଭୋଇ, ସରୋଜ ସାହୁ, ସଂଜୟ ସାମନ୍ତରା, ଉଦ୍ଧବ ସାହୁ, ପ୍ରକାଶ ସାହୁ, ଗୌର ହରିଜନ, ବୁଲୁ ମିଶ୍ର ଓ ନେସନାଲ ଟ୍ରେଡ ୟୁନିୟନ କଂଗ୍ରେସ ରାଜ୍ୟ ଯୁବ ସଂପାଦକ ସମୀର ଚାନ୍ଦ (ବିଟୁ) ଉପସ୍ଥିତ ରହି ବନ୍ଦ ପାଳନକୁ ସଫଳ କରିବାକୁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ନର୍ଲାରେ ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଛି ।

ସେହିପରି ଭାବରେ ଜୁନାଗଡ ଠାରେ ଜୁନାଗଡ ବାର୍ ଏସୋସିଏସନ ସଭାପତି ହିମାଂସୁ ଶେଖର ବରାଡଙ୍କ ନେତୃତ୍ବରେ ମଦନ ସାହୁ, ସୁଶୀଲ ପଣ୍ଡା, ବାଳକୃଷ୍ଣ ଆଚାର୍ଯ୍ୟ, ଦିଗାମ୍ବର ନାୟକ, ତାପସ ସାହୁ, ଚିତ୍ତ ରଂଜନ ନିଆଲ, ସତିସ ପଧାନ ଓ କୋକସରା ଠାରେ ଅଜିତ ପଟ୍ଟନାୟକ, ଦୁର୍ଯ୍ୟୋଧନ ଠାକୁର, ଲଲିତ କୁମାର ଦାସ, ଲକ୍ଷ୍ମୀକାନ୍ତ ଖମାରୀ, ଅଜିତ ସିଂ, ପ୍ରେମଲାଲ ସିଂ, ଲକ୍ଷ୍ମୀଧର ମେହେର, ତପନ ଦାସ, ପଞ୍ଚାନନ ବେସରା ପ୍ରମୂଖଙ୍କ ସହ ଅନେକ ଯୋଗଦେଇ ବନ୍ଦ ପାଳନକୁ ସଫଳ କରିଥିଲେ ।

ନର୍ଲାରୁ ନିରଞ୍ଜନ ଗଉଡ, ଜୁନାଗଡରୁ ରାକେଶ ବେମାଲ, ଧର୍ମଗଡରୁ ଲବଣୀ ରାଉତ, ଭବାନୀପାଟଣାରୁ ସଂଜୟ ଧଙ୍ଗଡାମାଝୀ ଓ କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.