ଆର୍ଥିକ ଅନଗ୍ରସର ଉଚ୍ଚ ଜାତିର ଲୋକଙ୍କୁ ୧୦% ସଂରକ୍ଷଣ

ନୂଆଦିଲ୍ଲୀ,୭/୧: ଆର୍ଥିକ ଅନଗ୍ରସର ଉଚ୍ଚ ଜାତିର ଲୋକଙ୍କୁ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର କେବିନେଟ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁର କରିଛି।ଏହି ସଂରକ୍ଷଣ ବ୍ୟବସ୍ଥା ବର୍ଷକୁ ୮ ଲକ୍ଷରୁ କମ୍‌ ଟଙ୍କା ରୋଜଗାର କରୁଥିବା ସାଧାରଣ ବର୍ଗର ଉଚ୍ଚଜାତିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଲାଗୁ ହେବ।

ଏଥିପାଇଁ ସମ୍ବିଧାନର ଧାରା ୧୫ ଓ ୧୬ରେ ସଂଶୋଧନ ପାଇଁ ଆସନ୍ତା କାଲି ସଂସଦରେ ପ୍ରସ୍ତାବ ଆଣିବେ ସରକାର। ଏହାପରେ ସମସ୍ତ ସରକାରୀ କ୍ଷେତ୍ର, ନିଯୁକ୍ତି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ୧୦% ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.