ସିଡନୀ: ଅଷ୍ଟ୍ରେଲିଆର ସିଡନୀଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ ବର୍ଷା ଯୋଗୁ ଡ୍ର ହୋଇଯାଇଛି। ସିଡନୀ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମ ବ୍ଯାଟିଂ କରି ୭ ଉଇକେଟ ହରାଇ 622 ରନ କରି ପାରି ଘୋଷଣା କରିଥିଲା।ଅଷ୍ଟ୍ରେଲିଆ ଜବାବରେ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ 300 ରନ କରିଥିଲା। ଦ୍ବିତୀୟ ଇନିଂସରେ ଫଲୋଅନ ହୋଇ ମାତ୍ର 6 ରନ କରିଥିଲା ସମୟରେ ବର୍ଷା ହୋଇ ପଞ୍ଚମ ଦିନର ଖେଳ ହୋଇପାରିନଥିଲା। ଶେଷରେ ଚତୁର୍ଥ ମ୍ଯାଚ ଡ୍ର ହୋଇଥିଲା। ଏହା ସହିତ ଭାରତ 2-1 ରେ ସିରିଜ ବିଜୟୀ ହୋଇଛି।
ଅଷ୍ଟ୍ରେଲିଆରେ ଭାରତର ଏହା ହେଉଛି ଐତିହାସିକ ଟେଷ୍ଟ ସିରିଜ ବିଜୟ। ଏହା ପୂର୍ବରୁ ଭାରତ ଯେତେଥର ଅଷ୍ଟ୍ରେଲିଆକୁ ଯାଇ ଟେଷ୍ଟ ମ୍ୟାଚ ସିରିଜ ଖେଳିଛି, ସିରିଜରେ ପରାଜିତ ହୋଇଛି କିମ୍ବା ଡ୍ର ରଖିବାକୁ ସମର୍ଥ ହୋଇଛି; କେବେ ବି ସିରିଜ ବିଜୟୀ ହେବାର ଗୌରବ ଅର୍ଜନ କରିନାହଁ ।
ସିଡନୀ ଟେଷ୍ଟରେ ଚେତେଶ୍ୱର ପୂଜାରା 193 ରନ କରି ମ୍ୟାନ ଅଫ ଦ ମ୍ୟାଚ ସହ ସିରିଜ ରେ 4 ମ୍ୟାଚର 7 ଇନିଂସରେ 3 ଟି ଶତକ ସହ ସର୍ବାଧିକ 521 ରନ କରି ମ୍ୟାନ ଅଫ ଦ ସିରିଜ ମଧ୍ଯ ହୋଇଥିଲେ।