ଆଜିଠୁ ୨ଦିନିଆ ଭାରତ ବନ୍ଦ

ନୂଆଦିଲ୍ଲୀ,୮/୧: ବାମ ମୋର୍ଚ୍ଚା ସମର୍ଥିତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଆଜି ଓ ଆସନ୍ତାକାଲି ଅର୍ଥାତ ୮ ଓ ୯ ତାରିଖ ଦୁଇ ଦିନ ଧରି ଚାଲିବ। ଏହି ବନ୍ଦରେ କେବଳ ବ୍ୟାଙ୍କ ନୁହେଁ ବରଂ ବସ, ଟ୍ରେନ, ଓଟୋ ସେବା ବନ୍ଦ ରହିବା ସହିତ, ବଜାର ଓ ଅନ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ବନ୍ଦ ପାଳନର କାରଣ:

ସଙ୍ଗଠନ ଅଭିଯୋଗ କରିଛି ଯେ ନୋଟବନ୍ଦୀ, ଜିଏସଟି ଯୋଗୁଁ ବ୍ୟବସାୟୀଙ୍କୁ ବହୁତ ମୁସ୍କିଲରେ ନିଜର ବ୍ୟବସାୟ କରିବାକୁ ପଡ଼ିଛି। ଏହା ସହିତ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ବିରୁଦ୍ଧରେ ଦମନକାରୀ ନୀତି ଚଳାଇଛି।

ଏସବୁ କ୍ଷେତ୍ରରେ ପଡିବ ପ୍ରଭାବ:

ଏହି ବନ୍ଦର ପ୍ରଭାବରେ ବ୍ୟବସାୟୀଙ୍କ କାମ ଅଟକିବା ସହିତ ଅନେକ ସରକାରୀ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମଧ୍ୟ କୋଟି କୋଟି ଟଙ୍କାର କ୍ଲିୟରାନ୍ସ ପ୍ରଭାବିତ ହେବ। ଆରଜିଟିଏସ ଓ ଏନଇଏଫଟି ଭଳି ଇଲେକ୍ଟ୍ରୋନିକ ପେମେଣ୍ଟ ଗେଟଓ୍ଵେ ବନ୍ଦ ହେବାର ପ୍ରଭାବ ବ୍ୟାଙ୍କିଙ୍ଗ ଦେଣନେଣ ଉପରେ ପଡ଼ିବ। 

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.