ଆଜି ୧୨ଟାରେ ଆକାଶବାଣୀ ଜୟପୁରରୁ ପ୍ରସାରିତ ହେବ ‘କାହାଣୀରେ କରୋନା’


● ଉଦଘାଟନ କରିବେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର

● ମୋବାଇଲରେ ବି ଶୁଣିପାରିବେ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୧/୫: ସାଂପ୍ରତିକ କରୋନା ମହାମାରୀ ପରିପ୍ରେକ୍ଷୀରେ ସାହିତ୍ୟରେ ଏହାର ପ୍ରତିଫଳନ ଘଟିବା ସ୍ୱାଭାବିକ। ଆମ ସାମାଜିକ ଜୀବନ ଉପରେ କରୋନାର ପ୍ରଭାବ, ଲକ୍ ଡାଉନ୍, ସଂଗରୋଧ ଆଦି ବିଷୟ ସାରା ବିଶ୍ବର ଲେଖକ ଲେଖିକାଙ୍କ ଉପରେ ପ୍ରଭାବ ପକାଇଛି। ସେମାନେ ଲେଖିଛନ୍ତି ଗଳ୍ପ, କବିତା, ପ୍ରବନ୍ଧ, ନାଟକ ଆଦି ଅନେକ କିଛି।

ଏଭଳି ସ୍ଥିତିରେ ଓଡ଼ିଆ କଥାକାରମାନେ ବି ଏହି ଧାରାରେ ସାମିଲ ହୋଇଛନ୍ତି। ସେମାନଙ୍କ ଚିନ୍ତା, ଚେତନାର ପରିପ୍ରକାଶ ପାଇଁ ଆକାଶବାଣୀ ଜୟପୁର ଆୟୋଜନ କରୁଛି ଏକ ରାଜ୍ୟସ୍ତରୀୟ ଭର୍ଚୁଆଲ୍ ଲାଇଭ୍ ମିନିଗଳ୍ପ ଆସର। ଏହା ଆଜି (ରବିବାର) ଦିନ ୧୨ଟାରୁ ୧ଟା ଯାଏଁ ପ୍ରସାରିତ ହେବ। ଏହି ଆସରକୁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉଦଘାଟନ କରିବେ।

ଆକାଶବାଣୀ ଜୟପୁରର କେନ୍ଦ୍ର ନିର୍ଦ୍ଦେଶକ ଗୌରଚନ୍ଦ୍ର ତ୍ରିପାଠୀଙ୍କ ପରିକଳ୍ପନାରେ ଆୟୋଜିତ ହେବାକୁ ଥିବା ଉକ୍ତ ଆସରକୁ ପରିଚାଳନା କରିବେ ବରିଷ୍ଠ କାର୍ଯ୍ୟକ୍ରମ ନିଷ୍ପାଦକ ନରେନ୍ଦ୍ରନାଥ ପଟ୍ଟନାୟକ ଓ ଉପସ୍ଥାପିକା ଅମିତା ଦାସ। ଏଥିରେ କଥାକାର ଚିରଶ୍ରୀ ଇନ୍ଦ୍ରସିଂ, ହିରଣ୍ମୟୀ ମିଶ୍ର, ତପନ କୁମାର ପଣ୍ଡା, ଅରବିନ୍ଦ ଦାସ, ସୁଧୀର କୁମାର ଧଙ୍ଗଡ଼ାମାଝୀ, ଡିଲେଶ୍ୱର ରଣା, ଅମିୟ ବେଜ୍, ସଞ୍ଜୟ ପଣ୍ଡା, ମୋନାଲିସା ମିଶ୍ର, ଦ୍ବିତୀ ଚନ୍ଦ୍ର ସାହୁ, ଡମ୍ବରୁଧର ପଟ୍ଟନାୟକ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଅଂଶଗ୍ରହଣ କରିବେ।

ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ NewsOnAir ଆପ୍ ମାଧ୍ୟମରେ ବିଶ୍ବର ଯେକୌଣସି ସ୍ଥାନରେ ଶୁଣି ହେବ। ଏହାକୁ ଆପଣ ନିମ୍ନ ଲିଂକ୍ ମାଧ୍ୟମରେ ଡାଉନଲୋଡ୍ କରିପାରିବେ👇🏻

https://play.google.com/store/apps/details?id=com.parsarbharti.airnews

https://apps.apple.com/us/app/newsonair/id1450030867