ସସ୍ମିତା ପଣ୍ଡା

କିଏ ଜାଣେ କେତେବେଳେ
ଜୀବନଟା କେଉଁ ମୋଡ଼ନେବ
ସେତେବେକେ ମୋ ନିଶ୍ୱାସ
ଉପରେ ମୋ ବିଶ୍ୱାସ ନ ଥିବ ।।

କିଏ ଜାଣେ କେଉଁଦିନ
ସଂପର୍କ ମୋ ବାଟ ଭୂଲୁଥିବ
ନିଦାରୁଣ ନିଦାଘ ମୋତେ
ଜାଳି ମାରୁଥିବ ।।

କିଏ ଜାଣେ ସମୟଟା
ମୋ ସାଥିରେ କେମିତି ବିତିବ
କାହା ପାଇଁ ଝରିବାକୁ
ମୋ ଆଖିରେ ଲୁହ ଯେ ନ ଥିବ ।।

କିଏ ଜାଣେ ମୋ ପାଇଁ କି
କେଉଁ ପ୍ରଶ୍ନ ଥିବ
ଉତ୍ତରରେ ଶବ୍ଦ ମୋର
ନିଃଶବ୍ଦ ହୋଇ ସାରିଥିବ ।।

କିଏ ଜାଣେ କେତେବେଳେ
କେଉଁଠି ମୁଁ ଥିବି
ସମୟ ହେବା ଆଗରୁ
ପୂର୍ଣ୍ଣଛେଦ ହୋଇ ସାରିଥିବି ।।

କିଏ ଜାଣେ କେତେବେଳେ
ସଞ୍ଜ ନଇଁ ଯିବ
ନୀରଵରେ ଶୂନ୍ୟତାକୁ
ରାତି ଲୁଟି ନେଉଥିବ ।।

କିଏ ଜାଣେ ହାତଲେଖା
କେମିତି ମୋ ଥିବ
ଅତୀତର ଅନ୍ତରାଳେ
କେହି ତାକୁ ପଢି ସାରିଥିବ ।।

ଜାଣେନା ମୁଁ କେତେଦିନ
ରହିବାର ଅଛି
ନିଜ ଲୁହ ନିଜେ ପିଇ
ଜୀଇଁଛି କେମିତି ।।

କଟକ

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta