କାବୁଲ: ଆଫଗାନିସ୍ତାନର ବଡଖସାନ୍ ପ୍ରଦେଶ ଅନ୍ତର୍ଗତ କୋହିସ୍ତାନ ଜିଲ୍ଲାରେ ଏକ ସୁନା ଖଣି ଭୁଶୁଡି ୩୦ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଜିଲ୍ଲା ଗଭର୍ଣ୍ଣର । ପ୍ରାପ୍ତ ସୂଚନା ଅନୁଯାୟୀ, ସୁନାଖଣିରେ ୫୦ଜଣ ଶ୍ରମିକ ସେମାନଙ୍କର କାମରେ ବ୍ୟସ୍ତ ଥିଲାବେଳେ ଖଣିର ଏକ ଅଂଶ ଧସିଯାଇ ସେମାନଙ୍କ ଉପରେ ପଡିଥିଲା । ତେବେ ଉଦ୍ଧାରକାରୀ ଦଳ ଖବର ପାଇ ତୁରନ୍ତ ସେଠାର ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।