ସଙ୍ଗରୋଧ କେନ୍ଦ୍ରରେ ପୂର୍ବ ନିୟମାବଳୀକୁ ଉପଯୁକ୍ତ ଭାବରେ ପାଳନ କରାଯାଉ


କଳାହାଣ୍ଡି,୩/୬: ସଙ୍ଗରୋଧ କେନ୍ଦ୍ରରେ ପୂର୍ବ ନିୟମାବଳୀକୁ ଉପଯୁକ୍ତ ଭାବରେ ପାଳନ କରାଯାଉ ବୋଲି ବିଜେପି ମ.ରାମପୁର ଶାଖା ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ମ.ରାମପୁର ବିଡ଼ିଓ ରୁମାନା ଜାଫ୍ରିଙ୍କୁ ପ୍ରଦାନ କରାଯାଇଛି ।

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ପୂର୍ବ ନିୟମାନୁଯାୟୀ ସରକାରୀ ଭାବେ ୧୪ ଦିନ ଓ ଘରୋଇ ସଙ୍ଗରୋଧରେ ୭ଦିନ ରହିବା ସହିତ ସଙ୍ଗରୋଧ କେନ୍ଦ୍ରରୁ ଯିବା ସମୟରେ ୨ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ । ସମସ୍ତ ସଙ୍ଗରୋଧରେ ରହୁଥିବା ଶ୍ରମିକଙ୍କୁ ଘର ପର୍ଯ୍ୟନ୍ତ ନିଜ ଖର୍ଚ୍ଚରେ ପହଂଚାଇଦିଆଯାଉ । ଉପଯୁକ୍ତ ଖାଦ୍ୟ, ଉପଯୁକ୍ତ ବିଦ୍ୟୁତ ସରୋବରାହ ପ୍ରଦାନ କରି ସେମାନଙ୍କୁ ଭଲ ଭାବରେ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ନେଇ ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି ।

ମ.ରାମପୁର ବିଜେପି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣାଙ୍କ ନେତୃତ୍ଵରେ ଏହି ଦାବୀ ପତ୍ର ପ୍ରଦାନବେଳେ ପବନ ଅଗ୍ରୱାଲ, ପଦ୍ମଲୋଚନ ମିଶ୍ର, ଅମ୍ବିକା ବୈଠାରୁ, ପ୍ରଶାନ୍ତ ତ୍ରିପାଠୀ, ମଳୟ କୁମାର ତ୍ରିପାଠୀ, କାମଦେବ ସାହୁ, ଶରତ ଚନ୍ଦ୍ର ସାହୁ, ଖୁସିରାମ ସାହୁ, ଦିବାକର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta