ଟିଏମସି ଅନ୍ତେବାସୀ ବାଳକର ମୃତ୍ୟୁ

କଳାହାଣ୍ଡି,୪/୬: କର୍ଲାମୁଣ୍ଡା ବ୍ଲକ ରେଗଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜଣେ ସାତ ବର୍ଷର ବାଳକର ମୃତ୍ୟୁ ହୋଇ ଥିବା ଜଣାଯାଇଛି । ମୃତକ ଜଣକ ତେଲେଙ୍ଗାନାରୁ ନିଜ ବାପା ମା ସହ ଆସି ଏହି କେନ୍ଦ୍ରରେ ରହୁଥିଲେ । ବୁଧବାର ସନ୍ଧ୍ୟାରେ ଉକ୍ତ ବାଳକ ସମେତ ଅନ୍ୟ ପାଞ୍ଚ ଜଣକୁ ଜ୍ୱର ଓ ଝାଡା ହେବା ଖବର ପାଇ ବିଡ଼ିଓ ପ୍ରିୟଦର୍ଶୀନି ମିର୍ଦ୍ଧା, ତହସିଲଦାର ବାସନ୍ତୀ ସେଠି ମେଡିକାଲ ଟିମ ସହ ପହଂଚି ଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ବି ସେମାନ ଠିକ ନହେବାରୁ ଭବାନୀପାଟଣା ପଠାଯାଇଥିଲା । ସେଠାରେ ଉକ୍ତ ବାଳକର ମୃତ୍ୟୁ ହୋଇଥିଲା । ମୃତକ ଜୁନାଗଡ଼ ଅଂଚଳର ହୋଇ ଥିବାରୁ ଶବ ନେବା ପାଇଁ ଜୁନାଗଡ଼ ବ୍ଲକ ପ୍ରଶାସନକୁ ଖବର ଦିଆଯାଇଥିଲା । ହେଲେ ସେମାନେ ଶବ ନେବାକୁ ମନା କରିବାରୁ ରେଗଡା଼ ଅଣା ଯାଇ ପ୍ରଶାସନ ଉପସ୍ଥିତରେ ସଂସ୍କାର କରାଯାଇ ଥିଲା । ତେବେ ଟିଏମସି ରେ ଅନ୍ତେବାସୀ ଗୁରୁତର ହେବା କେମିତି ମେଡିକାଲ ଟିମ ଜାଣି ପାରିଲେନି ବୋଲି ପ୍ରଶ୍ନ ଉଠିବା ସହ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରାଯାଇ ଥିଲେ ହେଁ ସେମାନେ ଫୋନ ନ ଉଠାଇ ବାରୁ ମତାମତ ନିଆଯାଇ ପାରିନାହିଁ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.