ବ୍ୟାଡମିଣ୍ଟନରେ ରାକେଶ ବେମାଲ ଓ ସୌରଭ ସାହାଣୀ ଚଂପିୟନ

ଜୁନାଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା

ଜୁନାଗଡ,୯/୧:
ଜୁନାଗଡ ଠାରେ ଆଜିଠାରୁ କଳାହାଣ୍ଡି ଉତ୍ସବ ଘୁମୁରା ଆରମ୍ଭ ହୋଇଛି ତିନି ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ କଳାହାଣ୍ଡିର ଲୋକନୃତ୍ୟ, ଲୋକସଂଗୀତ, ଲୋକ ଦାଦ୍ୟ ଆଦି ପ୍ରଦର୍ଶିତ ହେବ । ଏହା ସହ ବିଭିନ୍ନ କ୍ରିଡା ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ବ୍ୟାଡମିନଟନ ପ୍ରତିଯୋଗୀତାରେ ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ଜୟପାଟଣାର ପ୍ରତିଯୋଗୀ ମାନେ ଭାଗ ନେଇ କ୍ରିଡା ପ୍ରଦର୍ଶନ କରିଥିଲେ। ଡବଲ୍ସରେ ଜୁନାଗଡର ରାକେଶ ବେମାଲ ଓ ଭବାନୀପାଟଣାର ସୌରଭ ସାହାଣୀ ଚଂପିୟନ ହୋଇଛନ୍ତି ।

ଆୟୋଜିତ କ୍ରିଡାରେ ଏହି ଯୋଡି ସୁନ୍ଦର କ୍ରିଡା ପ୍ରଦର୍ଶନ କରି ଜୁନାଗଡ଼ର ନରେଶ ସୁନାନି ଓ ରଜନୀକାନ୍ତ ଦାଶଙ୍କୁ ହରେଇ ଚଂପିୟନ ହୋଇଥିଲେ ।

ସେହିପରି ୧୭ ବର୍ଷରୁ କମ ବ୍ୟାଡମିଣ୍ଟନ ଡବଲ୍ସରେ ନିହାର ଆଲମ ଓ ଅଭିନବ ଗୋୟଲ, ୧୪ ବର୍ଷରୁ କମ ଡବଲ୍ସରେ ସୌମିନ ସାହୁ ଓ ପିୟୁସ ମିଶ୍ର , ଜୁନିୟର ସିଗଂଲ୍ସରେ ଜୁନାଗଡର ସୌମିନ ସାହୁ ଚଂପିୟନ ହୋଇଛନ୍ତି ।

Report by Rakesh Bemal, Correspondent Junagarh odiabarta.

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.