ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡରେ ତିନି ଠାକୁରଙ୍କ ଦେବସ୍ନାନ ଉତ୍ସବ

କରୋନା କଟକଣା ଯୋଗୁଁ ଖାଁ ଖାଁ ଲାଗିଲା ଜଗନ୍ନାଥ ମନ୍ଦିର

ରାୟଗଡ,୫/୬: ବିନା ଭକ୍ତରେ ୧୦୮ ମାଟି କଳସ ସୁବାସିତ ଜଳରେ ସ୍ନାନ କରି ହାତିବେଶରେ ଦର୍ଶନ ଦେବା ପରେ ଅଣସର ଘରକୁ ବିଜେ କରିଛନ୍ତି ଶ୍ରୀଜୀଉ । ଖାଁ ଖାଁ ଲାଗୁଥିଲା ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡର ଜଗନ୍ନାଥ ମନ୍ଦିର ଅଂଚଳ । ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ସମ୍ପନ୍ନ ହୋଇଯାଇଛି ।

ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ଶୁକ୍ରବାର ଭୋର ସକାଳେ ଦ୍ୱାରଫିଟା ସରିବା ପରେ ମଙ୍ଗଳ ଆଳତୀ, ତଡପନୀତି ପରେ ସେବାୟତମାନେ ଶେରଣା ପଟା ନୀତି କରି କରିଥିଲେ । ଏହା ପରେ କୋଠ ଆଳତୀ ପରେ ତିନି ଠାକୁରଙ୍କ ରତ୍ନ ସିଂହାସନରୁ ସ୍ନାନ ବେଦୀ ପର୍ଯ୍ୟନ୍ତ ବାଦ୍ୟଘଂଟରେ ପହଣ୍ଡି କରାଯାଇଥିଲା । ସ୍ନାନବେଦୀରେ ଯଥା ରୀତିନୀତିରେ ପାଳନ କରାଯାଇଛି । କୋଭିଡ-୧୯ଗାଇଡ ଲାଇନ ମାନି ସେବାୟତମାନେ ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ସ୍ନାନ ଉତ୍ସବକୁ ନିରାଡମ୍ବର ସହ ପାଳନ କରିଛନ୍ତି । ପ୍ରଶାସନର କଡା କଟକଣା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ସୁରୁଖୁରରେ ପାଳିତ ହୋଇଯାଇଛି । ମହାମାରୀ କରୋନା ମୁକାବିଲା ପାଇଁ କୋଭିଡ-୧୯ ଗାଇଡଲାଇନ ଫଳରେ ତିନି ଠାକୁରଙ୍କ ପବିତ ଦେବସ୍ନାନକୁ ମଧ୍ୟ ସିଧାସଳଖ ସ୍ନାନବେଦୀରୁ ଦେଖିବା ପାଇଁ ବଂଚିତ ହୋଇଛନ୍ତି ରାୟଗଡ ଶ୍ରଦ୍ଧା ଶ୍ରୀକ୍ଷେତ୍ରର ଭକ୍ତମାନେ ।

ଶୁକ୍ରବାର ସକାଳେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ପ୍ରଶାସନ ତରଫରୁ ପ୍ରାଧିକୃତ ୩୨ଜଣ ସେବାୟତଙ୍କୁ ମନ୍ଦିର ଗେଟ୍ ସମ୍ମୁଖରେ ସ୍କ୍ରିନିଂ ପରେ ସାନିଟାଇଜରରେ ହାତ ଧୋଇ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଓ ତହସିଲଦାର ତଥା ଦେବୋତର ଅଧିକାରୀ ଉମାକାନ୍ତ ବେହେରା ଉପସ୍ଥିତ ରହି ସ୍ନାନ ଉତ୍ସବକୁ ଶୃଙ୍ଖଳା ସହ ପାଳନ କରିବାର ଅନୁଧ୍ୟାନ କରିଥିଲେ । ପ୍ରକାଶ ଥାଉ କି, କରୋନା କଟକଣା ଯୋଗୁଁ ଜଗନ୍ନାଥ ମନ୍ଦିର ଅଂଚଳରେ ୧୪୪ଧାରା ଜାରି କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

 


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.