କାନ୍ଥ ଲିଖନ ମାଧ୍ୟମରେ କରୋନା ସଚେତନତା କରାଇଲେ ନେହେରୁ ଯୁବ କେନ୍ଦ୍ର ଓ ରାଜୀବ କ୍ଲବ

କୋକସରା,୫/୬: ବର୍ତ୍ତମାନର ସମୟରେ ମହାମାରୀ କରୋନା ଏକ ମହା ସଂକଟ ଭାବେ ଉଭା ହୋଇଛି । ଏଥିରୁ ନିଜକୁ ତଥା ସମାଜକୁ ସୁରକ୍ଷିତ ରଖିବାକୁ ହେଲେ ସଚେତନତା ଓ ସଂଗରୋଧ ହିଁ ଏକ ମାତ୍ର ଉପାୟ । ଏହି ପରିପ୍ରେକ୍ଷିରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନ କରୋନାକୁ ନେଇ ବିଭିନ୍ନ ସଚେତନ ମୂଳକ ବାର୍ତା ପ୍ରଦାନ କରି ଆସୁଛନ୍ତି । ଏହି କ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ମଧ୍ୟ ତା’ର ପ୍ରୟାସ ଜାରି ରଖିଛି ।

କୋକସରା ବ୍ଲକ କୁସିମଖୁଣ୍ଟି ଠାରେ ନେହେରୁ ଯୁବକେନ୍ଦ୍ର, କଳାହାଣ୍ଡି ଆନୁକୂଲ୍ୟରେ ରାଜୀବ କ୍ଲବ ପକ୍ଷରୁ କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନ କରାଯାଉଛି । ସରକାରଙ୍କ ନିୟମ ମାନି ଚଲନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ, ଅତି ଜରୁରୀ କାମ ପାଇଁ ବାହାରକୁ ବାହାରିଲେ ମୁହଁରେ ମାକ୍ସ କିମ୍ବା ଗାମୁଛା,ରୁମାଲ ବ୍ୟବହାର କରନ୍ତୁ, ହାତକୁ ସବୁବେଳେ ସେନିଟାଇଜର ନହେଲେ ସାବୁନରେ ବାରମ୍ବାର ସଫା କରନ୍ତୁ । କାଶିବା ଛିଙ୍କିବା ସମୟରେ ମୁହଁ ଓ ନାକକୁ ଢାଙ୍କି ରଖନ୍ତୁ ଏପରି ଅନେକ ବାର୍ତ୍ତା କାନ୍ଥରେ ଲେଖାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ରାଷ୍ଟ୍ରୀୟ ଯୁବ ସ୍ୱେଚ୍ଛାସେବୀ କୋପନେଶ୍ୱର ବେମାଲ, ଦିନକାନ୍ତ ମଙ୍ଗରାଜ, ରାଜୀବ କ୍ଲବ ସଭାପତି ହେମନ୍ତ କୁମାର ଧଙ୍ଗଡାମାଝୀ ପ୍ରମୂଖ ଉପସ୍ଥିତ ରହିଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.