ଛନଛଡା ସର୍ବ ଭାରତୀୟ ଫୁଟବଲ

ଫାଇନାଲ ରେ ପ୍ରେବଶ କଲେ ଝାରସୁଗୁଡା ଓ ଟିଟିଲାଗଡ

ସଇଁତଲା,୯/୧:

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ କରମତଲା ପଞ୍ଚାୟତର ଛନଛଡା ଗ୍ରାମରେ ପାଟଣେଶ୍ୱରୀ ଫୁଟବଲ ସଂଘ ପକ୍ଷରୁ ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଷଷ୍ଠ ଦିନର ସେମି ଫାଇନାଲମ୍ୟାଚ ବରଗଡ଼ ଓ ଝାରସୁଗୁଡା ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ଗୋଲରେ ଅମୀମାଂସିତ ରହିଥିଲା । ଝାରସୁଗୁଡା ଟାଇବ୍ରେକର ରେ ୪-୨ ଗୋଲ୍ ରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ ମେହେର ଓ ନିମତ୍ରିତ ଅତିଥି ଭାବେ ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଗୁଣସାଗର ମାଝୀ ଓ କରମତଲା ପ୍ୟାକ୍ସ ସଭାପତି ଶ୍ରୀଯୁକ୍ତ ବିକ୍ରମ ସିଂ ବୁଡେକ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଖେଳରେ ମେନ ଅଫ ଦି ମ୍ୟାଚ୍ ବିଜୁ ଓରାମଙ୍କୁ ମିଳିଥିଲା । ରେଫରୀ ଭାବରେ ପାଣ୍ଡବ ବିଶି, ରୀଙ୍କୁ ବିଶି, ପିଣ୍ଟୁ ବିଶି ଓ ଲୋକନାଥ ବିଶି ଖେଲ ପରିଚାଲନା କରିଥିଲେ । ରାହୁଲ ଶର୍ମା ଓ ହେମନ୍ତ ଖେଳର ଧାରା ବିବରଣୀ ଅତି ଚମତ୍କାର ଭାବରେ ପ୍ରଦାନ କରିଥିଲେ ।

ଆୟୋଜକ ଅନୁଷ୍ଠାନ ପକ୍ଷରୁ ସୁଧାଂଶୁ , ଭାରତ, ମନୋଜ, ଗଣ୍ଡାରୁ, ରାଜେଶ, ଆଲୋକ, ଉମେଶ, ନରେଶ, ବୁଲୁ, ଦେବରାଜ ,ଡମ, ସୁଜିତ, ତରୁଣ, କାଲିଆ, ଗୋପି ପ୍ରମୂଖ ସହଯୋଗ କରିଥିଲେ । ଗୁରୁବାର ଫାଇନାଲ୍ ମ୍ୟାଚ୍ ଝାରସୁଗୁଡ଼ା ଓ ଟିଟିଲାଗଡ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂଚନା ପ୍ରଦାନ କରିଛନ୍ତି ।

Report by Gokulananda Bagarty, Correspondent Saintala odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.