ପୁରୁଷ ଗଣଦୌଡ଼ ପ୍ରତିଯୋଗିତାରେ ନରେନ୍ଦ୍ର ଗହୀର ଚାମ୍ପିଅନ୍

କଳାହାଣ୍ଡି,୧୦/୧: ଧର୍ମଗଡ଼ଠାରେ ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଅବସରରେ ଗଣଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜୁନାଗଡ଼ ବ୍ଲକ୍ ବଣ୍ଡାକୁଟରା ସ୍ଥିତ କର୍ତ୍ତବ୍ୟ ଅନୁଷ୍ଠାନ ପଡ଼ିଆରୁ ଧର୍ମଗଡ଼ ଉତ୍ସବ ପଡ଼ିଆ ଯାଏଁ ଦୀର୍ଘ ୧୧ କିଲୋମିଟର ବ୍ୟାପୀ ଆୟୋଜିତ ଏହି ପ୍ରତିଯୋଗିତାରେ ୫୦ ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ଧର୍ମଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ବେହେରା ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ରାଜମୋଟେର ଗ୍ରାମର ନରେନ୍ଦ୍ର ଗହୀର ପ୍ରଥମ, କାଶିବାହଲର କ୍ଷେତ୍ର ମାଝୀ ଦ୍ୱିତୀୟ ଓ ସରଧାପୁରର ହିମାଂଶୁ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉତ୍ସବ ପଡ଼ିଆରେ ଅୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ହରେକୃଷ୍ଣ ବରିହା, ସମ୍ମାନିତ ଅତିଥି ଭାବେ ମିଲନ ଝାଙ୍କର, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ଉପଖଣ୍ଡ କ୍ରୀଡା ସଂସ୍ଥା ସଂପାଦକ ନିରଂଜନ ମହାପାତ୍ର, ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ, ଅର୍ଥ କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରଓାଲ, ପ୍ରଚାର ଓ ପ୍ରସାର କମିଟି ଉପାଧ୍ୟକ୍ଷ ବୈଦ୍ୟନାଥ ବେହେରା, ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, କ୍ରୀଡା କମିଟି ଅଧ୍ୟକ୍ଷ ସୋଦନ ନାଏକ ପ୍ରମୁଖ ମଂଚାସୀନ ଥିଲେ । ମାଧବ ଲହଜଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଭୟ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.