୧୦% କୋଟା ବିଲ ଉଭୟ ସଦନରେ ପାରିତ

ନୂଆଦିଲ୍ଲୀ: ଲୋକସଭା ପରି ରାଜ୍ୟସଭାରେ ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣକୁ ନେଇ ୧୨୪ମ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ହୋଇଛି। ବୁଧବାର ଦଶ ଘଣ୍ଟାର ଦୀର୍ଘ ବିତର୍କ ପରେ ହୋଇଥିବା ମତଦାନରେ ବିଲ୍ ସପକ୍ଷରେ ୧୬୫ ଓ ବିପକ୍ଷରେ ସାତ ଭୋଟ୍ ପଡ଼ିଥିଲା। ଏହା ପୂର୍ବରୁ ବିଲକୁ ସିଲେକ୍ଟ କମିଟି ପାଖକୁ ପଠାଇବା ପାଇଁ ହୋଇଥିବା ମତଦାନ ସପକ୍ଷରେ ୧୮ ସାଂସଦ ଭୋଟ୍ ଦେଇଥିବା ବେଳେ ୧୫୫ ସାଂସଦ ଏହାର ବିପକ୍ଷରେ ଭୋଟ୍ ଦେଇଥିଲେ। ଏହା ସହିତ ବିଲକୁ ସିଲେକ୍ଟ କମିଟି ପାଖକୁ ପଠାଇବାର ଦାବି ଖାରଜ ହୋଇଛି। ଏବେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହା କାନୁନରେ ପରିଣତ ହେବ।

ଏହି ବିଲକୁ ମଙ୍ଗଳବାର ଲୋକସଭାରେ ମଞ୍ଜୁରୀ ମିଳିଥିଲା। ୩୨୩ ସାଂସଦ ଏହା ସପକ୍ଷରେ ଭୋଟ୍ ଦେଇଥିବା ବେଳେ ମାତ୍ର ୩ ଜଣ ସାଂସଦ ବିରୋଧ କରିଥିଲେ। ବିଲ୍ ପାରିତ ହେବା ପରେ ଲୋକସଭାକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସରକାର ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଏହି ବିଧେୟକକୁ ରାଜ୍ୟର ମଞ୍ଜୁରୀ ପାଇଁ କୌଣସି ଆବଶ୍ୟକତା ନାହିଁ। ଏମିତିରେ ଏହି ବିଧେୟକକୁ ଏବେ ମଞ୍ଜୁରୀ ପାଇଁ ସିଧାସଳଖ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ।

ଏମାନେ ପାଇବେ ସଂରକ୍ଷଣର ଲାଭ

  • ପ୍ରସ୍ତାବିତ ଆଇନର ଲାଭ ବ୍ରାହ୍ମଣ, ରାଜପୁତ(ଠାକୁର), ଜାଟ, ମରାଠା, ଭୂମିହାର, ଅନେକ ବ୍ୟବସାୟୀ ଜାତି, କାପୁ ଓ କମ୍ମା ସହିତ ଅନ୍ୟ ଓବିସି ଜାତିଙ୍କୁ ଏହାର ଲାଭ ମିଳିବ।
  • ଅନ୍ୟ ଧର୍ମର ଗରିବଙ୍କୁ ମଧ୍ୟ ସଂରକ୍ଷଣର ଲାଭ ମିଳିବ।
  • ଯେଉଁ ଲୋକଙ୍କ ପାଖରେ ନଗର ନିଗମ ଅଞ୍ଚଳରେ ୧୦୦୦ ବର୍ଗ ଫୁଟ କିମ୍ବା ଏଥିରୁ ଅଧିକ କ୍ଷେତ୍ରଫଳର ଫ୍ଲାଟ ନଥିବ ଏବଂ ୨୦୦ ୟାର୍ଡରୁ ଅଧିକ କୋଠା ନଥିବ ସେମାନଙ୍କୁ ସଂରକ୍ଷଣର ଲାଭ ମିଳିବ।
  • ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ ଥିବ, ସେମାନେ ଏଇ ସୁବିଧା ପାଇବେ।
  • ଯେଉଁମାନଙ୍କ ପାଖରେ ୫ ଏକରରୁ କମ ଜମି ଥିବ, ସେମାନେ ସଂରକ୍ଷଣ ପାଇବେ।
  • ଯେଉଁ ଲୋକ ଏପର୍ଯ୍ୟନ୍ତ କୌଣସି ପ୍ରକାରର ସଂରକ୍ଷଣ ଅନ୍ତର୍ଗତ ନଥିବେ, ସେ ମଧ୍ୟ ଏହାର ଅନ୍ତର୍ଭୁକ୍ତ ହେବେ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.