ରାଷ୍ଟ୍ରୀୟ କବି ସଙ୍ଗମର କବିତା ଆସର

ଭୁବନେଶ୍ଵର,୧୫/୬: ରାଷ୍ଟ୍ରୀୟ କବି ସଙ୍ଗମ ଓଡ଼ିଶା ପ୍ରାନ୍ତ ଦ୍ବାରା ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏଥିରେ ଓଡିଶା ଓ ଛତିଶଗଡରୁ ଅନେକ କବି ଯୋଗଦେଇଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ମିତ୍ତଲ ଏଥିରେ ସଭାପତିତ୍ବ କରିଥିବା ବେଳେ ପୂର୍ବ ପ୍ରାନ୍ତର ମହାମନ୍ତ୍ରୀ ମହେଶ୍ଵ ଶର୍ମା ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ ।କାର୍ଯ୍ୟକ୍ରମରେ ସୋମୁ ପ୍ରବୀଣ ମିଶ୍ର,ରାୟପୁର (ଛତିଶଗଡ), ସବିତା ସତପଥୀ,କୋରାପୁଟ (ଓଡିଶା), ନିରଞ୍ଜନ ନାୟକ,ରାୟଗଡ (ଓଡିଶା), ରାଶି ଅଗ୍ରୱାଲ,ଭବାନୀପାଟଣା (ଓଡ଼ିଶା), ରାମପ୍ରସାଦ ବାଗ,ବରଗଡ (ଓଡ଼ିଶା), ଅଭିସ୍ପା ଜି,କଟକ (ଓଡ଼ିଶା), କାର୍ତ୍ତିକ ଜୀ,ବିରାମିତ୍ରାପୁର (ଓଡ଼ିଶା), ଅମୁଲ୍ଯ ବେହେରା,ଡୁଙ୍ଗୁରିପାଲି (ଓଡିଶା), ଭବଶ ଦେଶମୁଖ, (ଛତିଶଗଡ), ସିଜନ୍ ମହିପାଲ୍ (ଛତିଶଗଡ) ପ୍ରମୁଖ ସ୍ବରଚିତ କବିତାମାନ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସବ୍ୟସାଚୀ ବିଷୋୟୀ ପରିଚାଳନା କରିଥିବା ବେଳେ ସୋନପୁରର ରୋହିତ ଅଗ୍ରୱାଲ ସଂଯୋଜନା କରିଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.