ସଇଁତଲା,୧୧/୧:
ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଡଙ୍ଗାବାହାଲ ସିକାପତ୍ରାପଲି ହାଇସ୍କୁଲ ପଡିଆ ଠାରେ ଚତୁର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଶୁକ୍ରବାର ଏହି ପ୍ରତିଯୋଗିତାର ଷଷ୍ଠ ଦିନ ଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆୟୋଜକ କମିଟିର ସଭାପତି ସଚ୍ଚିକାନ୍ତ ବାଗ , ସମ୍ମାନିତ ଅତିଥି ଭାବେ ସୀତାରାମ ବାଗ, ଦୀନବନ୍ଧୁ ବାଗ, ସାଗର ବାଗ ପ୍ରମୂଖ ଯୋଗ ଦେଇଥିଲେ । ଆଜିର ଖେଳ ଜନକପୁର ବାନମ୍ ହତିସର ମଧ୍ୟରେ ଅନୁଷ୍ଠିତ ହେଇଥିଲା । କନକପୁର ୨-୦ ଗୋଲ୍ ରେ ବିଜୟ ହୋଇଥିଲେ । ଖେଲାପରିଚଳନା କରିଥିଲେ ଗଣେଶ ଭୋଇ, ରାଧାକାନ୍ତ ବାଗ, ସୁବାସ ଭୋଇ ଓ ଧରବିବରଣି ପ୍ରଦାନ କରିଥିଲେ ଖେତ୍ରପତି ଜାଲ ।
Report by Gokulananda Bagarty, Correspondent Saintala odiabarta.in