ରାୟଗଡ,୨୦/୬: ଭାରତର ଲଦାଖ ସୀମାନ୍ତ ଗଲୱାନ ଘାଟିରେ ଚୀନ ସେନା ପକ୍ଷରୁ ଚକ୍ରାନ୍ତ କରି ଭାରତୀୟ ସେନାର ଯବାନମାନଙ୍କ ଉପରେ କରାଯାଇଥିବା ଆକ୍ରମଣରେ ଶତ୍ରୁ ଚୀନ ସେନାର ୪୩ଜଣଙ୍କୁ ନିହତ କରି ନିଜ ଦେଶ ପାଇଁ ବଳିଦାନ ଦେଇଥିବା ୨୦ଜଣ ବୀର ଭାରତୀୟ ଯବାନମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶ୍ରଦ୍ଧାଂଜଳି ପୂର୍ବକ ଏକ ମଶାଲ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ରାୟଗଡ ପୈାର ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ।
ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଅନ୍ୟ ପଦାଧିକାରୀ, ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀମାନେ ଏକତ୍ରିତ ହୋଇ ସାମାଜିକ ଦୂରତା ବଜାୟ ରଖି ଏହି ଶୋଭଯାତ୍ରାରେ ସାମିଲ ହୋଇ ବୀର ଯବାନ ଅମର ରହେ, ଭାରତ ମାତା କି ଜୟ ସ୍ଳୋଗାନ ଦେଇ ରାମକୃଷ୍ଣ ନଗର, ପୋଲିସ ଥାନା ରାସ୍ତା ଦେଇ ସ୍ଥାନୀୟ ମହାତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ପର୍ଯ୍ୟନ୍ତ ପଂହଚିଥିଲେ ।
ସେଠାରେ ବୀର ଯବାନମାନଙ୍କ ଫୋଟ ଚିତ୍ର ତଳେ କ୍ୟାଣ୍ଡେଲ ଜଳାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ହିସାବ ରକ୍ଷକ ନିରଂଜନ ସାହୁ, ପରିମଳ ନିରୀକ୍ଷକ ବାଲା ରାଜୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in