ସାଂସଦ କଲିକେଶ ଓ ବିଧାୟିକା ଟୁକୁନୀଙ୍କ ଯୋଗଦାନ : ମିନି ଷ୍ଠାଡିୟମ ଜନାକିର୍ଣ୍ଣ
ଟିଟିଲାଗଡ/ସଇଁତଲା,୧୨/୦୧:
ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବେଲଗାଁ ମିନି ଷ୍ଠାଡିୟମ ଠାରେ ଚାଲିଥିବା ପୁରୁଷ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ସମାପନ ହୋଇ ଯାଇଛି । ବେଲଗାଁ ସମାଜ ସେବା ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଳ ମ୍ୟାଚ ଚିଚର୍ଲା ଓ କେନ୍ଦୁମୁଣ୍ଡୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ଚିଚର୍ଲା ଓ ବଲାଂଗିର ଜିଲ୍ଲାର କେନ୍ଦୁମୁଣ୍ଡି ଉଭୟ ଦଳ ପ୍ରଭାବୀ ହୋଇଥିବାରୁ ଏହି କ୍ରିଡାରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଚିଚର୍ଲାର ଫର୍ୱାଡ ଖେଳାଳି ପପୁ ମାଝୀଙ୍କ ୪ଟି ଗୋଲ୍ ଯୋଗୁଁ ଚିଚର୍ଲା ଦଳ ୪-୧ ଗୋଲରେ ବିଜୟ ଲାଭ କରିଥିଲା ।
ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ମହିଳା ପ୍ରଦର୍ଶନୀ ମ୍ୟାଚ ର ଆୟୋଜନ କରା ଯାଇଥିଲା । ଏହି ମ୍ୟାଚ ସମ୍ବଲପୁର ଓ ବରପାଲି ମଧ୍ୟରେ ହୋଇଥିବା ବେଳେ ରୋମାଞ୍ଚକର ପରିସ୍ଥିତି ରେ ସ୍ବପ୍ନା କୁମାରୀଙ୍କ ଦମ ଦାର ଗୋଲ ଯୋଗୁଁ ବରପାଲି ଦଳ ୧-୦ ବିଜୟୀ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଂଗିର ଲୋକସଭା ସାଂସଦ କଲିକେଶ ନାରାୟଣ ସିଂଦେଓ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, ସ୍ଥାନୀୟ ବିଡିଓ ଏବଂ ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଭବାନୀ ପ୍ରସାଦ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ମାନ୍ୟବର ସାଂସଦ ଏବଂ ବିଧାୟିକା ମିନି ଷ୍ଟାଡିୟମ ଠାରେ ଏକ ପୋଷାକ ପରିବର୍ତ୍ତନ ଗୃହର ଲୋକାର୍ପଣ କରିଥିଲେ ।
ଭକ୍ତରାମ ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଭୁପେନ୍ଦ୍ର ନାଗ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ କିଶୋର ସାହୁ,ସଞ୍ଜୀବ ମିଶ୍ର, ସୁମନ୍ତ ସାହୁ,ଚନ୍ଦ୍ରବଦନ ପୁରୋହିତ,ରାଜ କିଶୋର ଡାଙ୍ଗ,ଡୋଲାମଣି ଥପା, ସୁନିଲ ଅଗ୍ରୱାଲ, ଦିନେଶ କୁମାର ପ୍ରଧାନ, ଛବି ରଣା ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ । ହଜାର ହଜାର ଦର୍ଶକଙ୍କ ଭିଡରେ ବେଲଗାଁ ମିନି ଷ୍ଟାଡିୟମ ଜନାକିର୍ଣ୍ଣ ହୋଇ ଉଠିଥିଲା ।
Report by Bhismasen Mahakur, Correspondent Titlagarh & Ramnarayan Bag , Special Correspondent odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube