ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳ ପ୍ରଥମେ ଟ୍ଵେଣ୍ଟି ଟ୍ଵେଣ୍ଟି ସିରିଜ ଓ ଟେଷ୍ଟ ମ୍ୟାଚ ସିରିଜ ଖେଳି ସାରିବା ପରେ ଶନିବାର ଠାରୁ ସିଡନୀ କ୍ରିକେଟ ପଡିଆ ଠାରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ମ୍ୟାଚ ସିରିଜ ଆରମ୍ଭ ହୋଇଯାଇଛି।
ପ୍ରଥମ ମ୍ଯାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ଯାଟିଂ କରି 50 ଓଭର ରେ 5 ଉଇକେଟ ହରାଇ 288 ରନ କରିଥିଲା। ହେଣ୍ଡକମ୍ସ 61 ବଲରେ 73 ରନ କରିଥିଲେ। ସେ ଚୌକା 6 ଟି ଏବଂ ଛକା 2 ଟି ମାରିଥିଲେ। କୁଲଦୀପ ଓ ଭୁବନେଶ୍ଵର ଉଭୟେ 2, ରଵୀନ୍ଦ୍ର ଜାଡେଜା 1 ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଭାରତୀୟ ଦଳ 50 ଓଭର 9 ଉଇକେଟ ହରାଇ 254 ରନ କରିଥିଲେ। ରୋହିତ ସର୍ବାଧିକ 133 ରନ କରିଥିଲେ। ସେ ଚୌକା 10 ଟି ଏବଂ ଛକା 6 ଟି ମାରିଥିଲେ। ରିଚାର୍ଡସନ 4, ବେହେରେନଡ୍ରଫ, ସ୍ଟୋନିସ 2 ଓ ସିଡଲେ 1 ଉଇକେଟ ଅକ୍ତିଆର କରିଥିଲେ। ଅଷ୍ଟ୍ରେଲିଆ 34 ରନରେ ବିଜୟୀ ହୋଇଥିଲା।ରିଚାର୍ଡସନମ୍ଯାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।
15 ଜାନୁଆରୀରେ ଆଡିଲେଡ ଠାରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳ ହେବ।