କେସିଙ୍ଗା,୧୩/୧: କେସିଙ୍ଗା ସହରର ଓମ ନଗରରେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ଏକ ଉନ୍ନୟନ କାମରେ ନିୟୋଜିତ ଥିବା ୫ ଶିଶୁ ସମେତ ୨୧ଜଣ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି। ଏମାନଙ୍କୁ ଠିକାଦାର ବହୁତ ଦୟନୀୟ ଅବସ୍ଥାରେ ରଖିବା ସହ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ସ୍ଥାନୀୟ ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଘଟଣା ସମ୍ପର୍କରେ ପଚାରିବା ପରେ ଠିକାଦାରଙ୍କୁ ପୁଲିସ ଡାକି ପଚରାଉଚରା କରିଥିଲା। ତଦନ୍ତ ବେଳେ ଶ୍ରମିକମାନେ ଶୋଷଣର ଶିକାର ହେଉଥିବା ଜଣାପଡି ଥିଲା। ପୁଲିସ ଉପସ୍ଥିତିରେ ଠିକାଦାର ଜଣକ ଶ୍ରମିକଙ୍କ ସମସ୍ତ ପାଉଣା ଦେଇଥିଲା। ଏନେଇ ପୁଲିସ ଶ୍ରମ ବିଭାଗକୁ ଜଣାଇବା ପରେ ୨ଜଣ ଶ୍ରମ ନିରୀକ୍ଷକ ଥାନାକୁ ଆସି ତଦନ୍ତ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲେ ବି ପୁଲିସ କିମ୍ବା ଶ୍ରମ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଯାହାକି ସେମାନଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
କେସିଙ୍ଗାରୁ ବଳରାମ ନାଏକଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇