ବୟୋଜ୍ୟେଷ୍ଠ ଓ ଶିଶୁମାନଙ୍କୁ ସୁରକ୍ଷିତ ରଖନ୍ତୁ, ଦରକାର ନ ଥିଲେ ଘରୁ ବାହାରନ୍ତୁ ନାହିଁ -ଜିଲ୍ଳାପାଳ

ଧୀରେ ଧୀରେ ବଢୁଛି ପଜିଟିଭ୍‌ଙ୍କ ସଂଖ୍ୟା

ରାୟଗଡରେ କରୋନା ପଜିଟିଭ୍ ସଂଖ୍ୟା ୩୯କୁ ଛୁଇଁଲା

ରାୟଗଡ,୨୯/୬: ଧୀରେ ଧୀରେ ରାୟଗଡ ଜିଲ୍ଳାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୯କୁ ଛୁଇଁଛି । ତେବେ ଏମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ବେଳେ ୪ଜଣ ଗୁଣପୁର କୋଭିଡ୍ କେୟାର ଓ ବଳକା ୨୩ଜଣ ଚିକିତ୍ସିତ ଜେକେପୁର କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସୋମବାର ଦିନ ବିଷମକଟକ ବ୍ଳକ କୁମ୍ଭାରଢାମୁଣୀ ଟିଏମସି କେନ୍ଦ୍ରରେ ରହୁଥିବା ଜଣେ ୩୭ବର୍ଷିୟ ମହିଳା ଏବଂ ସେ ଆନ୍ଧ୍ରରୁ ଫେରି ଟିଏମସିରେ ରହୁଥିଲେ ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, କୁମ୍ଭାରଢାମୁଣୀ ଟିଏମସି କେନ୍ଦ୍ରରୁ ପୂର୍ବରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଉକ୍ତ ଦୁଇଜଣ ଆକ୍ରାନ୍ତଙ୍କ ସହ ଏହି ମହିଳା ମିଶି ଆସି ଟିଏମସିରେ ରହିଥିବା ବେଳେ ୩ଜଣଙ୍କ ସ୍ୱାବ ନମୂନା ପଠାଯାଇଥିଲା । ସେଥିରେ ୨ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଏହି ମହିଳାଙ୍କ ନେଗେଟିଭ୍ ବାହାରିଥିଲା । ତେବେ ପଜିଟିଭି ଆକ୍ରାନ୍ତଙ୍କ କଂଟାକ୍ଟରେ ଆସିଥିବାରୁ ପ୍ରଶାସନ ତରଫରୁ ଉକ୍ତ ମହିଳାଙ୍କୁ ହୋମ କ୍ୱାରେନଟାଇନକୁ ନ ଛାଡି ସ୍କୁଲ କ୍ୱାରେନଟାଇନରେ ହିଁ ରଖାଯାଇଥିଲା । ପରେ ୩ଦିନ ପରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଥଣ୍ଡାକାଶ,ଜ୍ୱର ଆଦି ଲକ୍ଷଣ ଦେଖାଗଲା ତୁରନ୍ତ ତାଙ୍କ ସ୍ୱାବ ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ସେ ଟିଏମସି କେନ୍ଦ୍ରରେ ରହିଥିବାରୁ ବାହାରେ ସଂକ୍ରମଣ ବ୍ୟାପିବା ଆଶଙ୍କା ନ ଥିବାରୁ ତାଙ୍କୁ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ଏବଂ ଟିଏମସି କେନ୍ଦ୍ରରେ ତାଙ୍କ କଂଟାକ୍ଟରେ ଆସିଥିବା ଅନ୍ୟ ଅନ୍ତେବାସୀମାନଙ୍କ ସ୍ୱାବ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବା ସ୍ଥଳେ ଯେ ହେତୁ ପଜିଟିଭ୍ ବାହାରିଥିବା ମହିଳା ଜଣଙ୍କ ଟିଏମସି କେନ୍ଦ୍ରରେ ରହୁଥିଲେ ତେଣୁ କୁମ୍ଭାରଢାମୁଣି ଗ୍ରାମରେ କୈାଣସି କଂଟେନମେଂଟ ଜୋନ ଘୋଷଣା କରିବା ଆବଶ୍ୟକ ନାହିଁ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ଏଥିସହ ପୁଣି ଥରେ ଗଣମାଧ୍ୟମ ଜରିଆରେ ଜିଲ୍ଳାପାଳ ଶ୍ରୀ ବେହେରା ପଡୋଶୀ ଗଜପତି ଓ ଗଂଜାମ ଜିଲ୍ଳାରେ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାକୁ ନେଇ ଯେପରି ତାଙ୍କ ପ୍ରଶାସନ ସଟ୍‌ଡାଉନ ଘୋଷଣା କରୁଛନ୍ତି ଏବଂ ଏହାର ସଂକ୍ରମଣ ରାୟଗଡ ଜିଲ୍ଳାକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହୁଥିବାରୁ ତାହାର ଉଦାହରଣ ଦେଇ ଜିଲ୍ଳାବାସୀ ସର୍ତକ ରହିବା ସହ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ଏବଂ ବାହାରିଲେ ମାସ୍କ ପରିଧାନ କରିବା, ଘରକୁ ଫେରିବା ପରେ ସାବୁନରେ ହାତ ଧୋଇ ଘର ଲୋକଙ୍କ ସହ ମିଶିବା, ଘରେ ଥିବା ବୟଜ୍ୟେଷ୍ଠ ଓ ଛୋଟ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ସହ ସାମାଜିକ ଦୂରତା ବଜାୟ ରଖି ପାରିଲେ ରାୟଗଡ ଜିଲ୍ଳାକୁ ସୁରକ୍ଷିତ ରଖିପାରିବା ବୋଲି ନିବେଦନ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.