କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବୀପତ୍ର

ନର୍ଲା,୨୯/୬: ନର୍ଲା ବ୍ଳକ କନ୍ଧ ସମାଜ ଯୁବ ସଂଗଠନ ତରଫରୁ ଶ୍ରୀ ଗଜପତି ମାଝୀ ଓ କିଶୋର ମାଝୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସୋମବାର ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଏକ ଦାବୀପତ୍ର ଅତିରିକ୍ତ ଶିକ୍ଷା ଅଧିକାରୀ ଜୟସେନ ନିଆଲଙ୍କୁ ପ୍ରଦାନ କରିଥିଲେ ।

Osepa.gov.in.website ରେ ଛାତ୍ରଛାତ୍ରୀଙ୍କ ନାମଲେଖା ଫର୍ମର ଏସଟି ସବ୍ କେଟାଗୋରି ତାଲିକାରେ ୬୨ ପ୍ରକାର ଜନଜାତି ମଧ୍ଯରୁ କନ୍ଧ (kandha)ସଂପ୍ରଦାୟକୁ ବାଦ୍ ଦିଆଯାଇଥିବାରୁ ସଂଶୋଧନ କରି ପୁନଃ ତାଲିକା ଭୁକ୍ତ କରିବାପାଇଁ ଦାବୀପତ୍ରରେ ଅନୁରୋଧ କରାଯାଇଛି । ସରକାରଙ୍କ ଖାମ ଖିଆଲ ନିତୀ ଯୋଗୁଁ ଆଜି କନ୍ଧ ସଂପ୍ରଦାୟ ଜନଜାତି ତାଲିକାରୁ ବାଦ ହୋଇଥିବାରୁ ସରକାର ଜାଣିଜାଣି ଆମକୁ ହଟାଇବାକୁ ଚାହୁଁଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଶିଘ୍ର ଯଦି osepa.gov.in.website ରେ ଉପରୋକ୍ତ ତଥ୍ଯ ସଂଶୋଧନ କରାନଯାଏ ତାହେଲେ ଆଗାମୀ ଦିନରେ ରାଜ୍ଯର ସବୁ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦେଇଛନ୍ତି ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.