ବନ ବିଭାଗର ଆନ୍ତଃ ଡିଭିଜନସ୍ତରୀୟ ବଦଳି

ରାୟଗଡ ଡିଭିଜନରୁ ୪ଜଣ ବନପାଳ ଓ ୧୩ଜଣ ବନରକ୍ଷୀଙ୍କ ବଦଳି

ରାୟଗଡ,୩୦/୬: ପ୍ରିନ୍ସିପାଲ ଚିଫ୍ କନଜେରଭେଟର ଅଫ ଫରେଷ୍ଟ, ଓଡିଶା, ଭୁବନେଶ୍ୱରଙ୍କ ଚିଠି ସଂଖ୍ୟା ୧୧୪୪୭/୨ଏଫ(ଏନଜି)୦୪୫୫/୨୦୨୦ ତାରିଖ ୧୧/୬/୨୦ ପ୍ରକାରେ ରୁଲ-୭୨ ଅଫ୍ ଓ.ଏଫ.ଡି କୋଡ୍ ୧୯୭୯ ଅନୁଯାୟୀ ରାୟଗଡ ବନଖଣ୍ଡ ଡିଭିଜନରେ ୩ବର୍ଷରୁ ଉର୍ଦ୍ଧ ରହିଥିବା ବନପାଳ ଓ ବନରକ୍ଷୀଙ୍କୁ ଆନ୍ତଃ ଡିଭିଜନ୍ ବଦଳି ନିମନ୍ତେ ନିର୍ଦ୍ଦେଶ ଆସିବା ପରେ ରାୟଗଡ ଡିଭିଜନ୍ ଖଣ୍ଡୀୟ ବନାଧୀକାରୀ ଅଶ୍ବିନୀ କୁମାର କର ୪ଜଣ ବନପାଳ ଓ ୧୩ଜଣ ବନରକ୍ଷୀଙ୍କୁ ମିଶାଇ ସମୁଦାୟ ୧୭ଜଣଙ୍କୁ ବଦଳି କରିଛନ୍ତି ।

ରାୟଗଡ ଡିଭିଜନର କଲ୍ୟାଣସିଂହପୁର ରେଂଜ ବନପାଳ ନିଶ୍‌ତଳ ଦତ ଶର୍ମା, ରାୟଗଡ ରେଂଜ ବନପାଳ ଅନୀଲ କୁମାର ପାଣିଗ୍ରାହୀଙ୍କୁ ନବରଙ୍ଗପୁର(ଟି) ଡିଭିଜନ ଏବଂ କାଶିପୁର ରେଂଜ ବନପାଳ ବ୍ରଜମୋହନ ଭୋଇଙ୍କୁ କଳାହାଣ୍ଡି (ଏନ) ଡିଭିଜନ ଓ ଗୁଣପୁର ରେଂଜ ବନପାଳ ଦାମୋଦର ମିଶ୍ରଙ୍କୁ ଜୟପୁର (ଟି) ଡିଭିଜନକୁ ବଦଳି କରାଯାଇଛି ।

ସେହିପରି କଲ୍ୟାଣସିଂହପୁର ରେଂଜରେ ଥିବା ୩ଜଣ ବନରକ୍ଷୀ, ରାୟଗଡର ୩ଜଣ, ଗୁଣପୁରର ୨, ମୁନିଗୁଡାର ୨ ଏବଂ ଗୁଡାରୀ ରେଂଜର ୩ଜଣଙ୍କୁ ମିଶାଇ ସମୁଦାୟ ୧୩ଜଣ ବନରକ୍ଷୀଙ୍କୁ ବଦଳି କରାଯାଇଛି । ଏଥିରେ ୧୨ଜଣ ବନରକ୍ଷୀଙ୍କୁ କଳାହାଣ୍ଡି, ମାଲକାନଗିରି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଡିଭିଜନକୁ ବଦଳି କରାଯାଇଥିବା ବେଳେ ଜଣେ ବନରକ୍ଷୀଙ୍କୁ ରାୟଗଡର ସିଲଭିକଲଚର ଡିଭିଜନକୁ ବଦଳି କରାଯାଇଥିବା ରାୟଗଡ ଖଣ୍ଡିୟ ବନାଧୀକାରୀଙ୍କ ଚିଠି ସଂଖ୍ୟା ୨୭୦୪ ତା/୨୯/୬/୨୦ରିଖରେ ନିର୍ଦ୍ଦେଶ ହୋଇଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.