ଲକ୍‌ଡାଉନ୍‌ରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ

ଇ – କ୍ଲାସରେ ରହିଛି ଅନେକ ସମସ୍ୟା

ସୁବର୍ଣ୍ଣପୁର,୧/୭ : ସାରା ଦେଶରେ ବିଶ୍ୱ ମହାମାରୀ କରୋନା ଛାୟା ବିସ୍ତାର କରିଥିବା ବେଳେ ଓଡିଶାରେ ମଧ୍ୟ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିଦ୍ୟାଳୟ ଖୋଲିନଥିବାରୁ ସୋନପୁର ଜିଲ୍ଲାରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ଏହାକୁ ନେଇ ଚିନ୍ତିତ ଅଛନ୍ତି ଅଭିଭାବକ । ସରକାର ପିଲାଙ୍କ ହିତଦୃଷ୍ଟିରୁ ମୋବାଇଲ କ୍ଲାସ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ସତ ଜିଲ୍ଳାରେ କିଛି ଅଂଚଳରେ ନେଟସ୍ୱାର୍କ ସମସ୍ୟା ରହିଛି ତାଛଡା ଗରିବ ପିଲାଙ୍କ ପାଖରେ ମୋବାଇଲ ନାହିଁ ଫଳରେ ପିଲା ପାଠ ପଢିବାରେ ବଞ୍ଚିତ ହେଉଛନ୍ତି । କାହା କାହାପାଖ ରେ ମୋବାଇଲ ଥିଲେ ମଧ୍ୟ ଇଂରାଜୀ, ଗଣିତ ଓ ବିଜ୍ଞାନ ଭଳି କଠିନ ପାଠକୁ ପିଲାଏ ଅତି ସହଜରେ ବୁଝି ପାରୁନାହାନ୍ତି ମୋବାଇଲରେ । ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଇ କ୍ଲାସରେ ବେଳେ ବେଲେ ଛାତ୍ରଛାତ୍ରିଙ୍କୁ ଓ ଅଭିଭାବକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । କିପରୀ ଭଲ ଭାବରେ ପାଠ ପଢିବେ ଓ କେବେ ସ୍କୁଲ ଖୋଲିବ ଏହାକୁ ନେଇ ଛାତ୍ର ଛାତ୍ରି ଓ ଏବେ ଚିନ୍ତାରେ ଓ ଅପେକ୍ଷା କରି ରହିଥିବା ସୁଣିବାକୁ ମିଲୁଛି ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.