One family One job
ଗାଙ୍ଗଟକ୍,୧୩/୧: ରାଜ୍ୟର ପ୍ରତି ପରିବାରର ଜଣେ ଲେଖାଏଁ ଲୋକଙ୍କୁ ଚାକିରି ଦେବେ ସରକାର
ସିକ୍କିମ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ ଘୋଷଣା କରିଛନ୍ତି ‘ଓ୍ବାନ ଫେମିଲି ଓ୍ବାନ ଜବ୍’ ମାନେ ଗୋଟିଏ ପରିବାରକୁ ଗୋଟିଏ ଚାକିରି ଯୋଜନା।
ଏହି ଯୋଜନା ଆଧାରରେ ଯେଉଁ ପରିବାରରେ କେହି ସରକାରୀ ଚାକିରି କରୁ ନାହାଁନ୍ତି, ସେଇ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ।
କୃଷକମାନଙ୍କର ଋଣଛାଡ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଚାମଲିଙ୍ଗ।
ପଲଜୋର ଷ୍ଟାଡିୟମରେ ଆୟୋଜିତ ରୋଜଗାର ମେଳା ୨୦୧୯ରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ସହ ରାଜ୍ୟରେ ଥିବା ୩୨ଟି ବିଧାନସଭା ଆସନରୁ ୨ଜଣ ଲେଖାଏଁ ବ୍ୟକ୍ତିଙ୍କୁ ଅସ୍ଥାୟୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।