କୁଶୁର୍ଲାର ପ୍ରସିଦ୍ଧ ମକରମେଳା
କଳାହାଣ୍ଡି,୧୫/୧: କଳାହାଣ୍ଡିର ସାମାଜିକ, ସାଂସ୍କୃତିକ, ଧାର୍ମିକ, ପରଂପରା ଓ ବାଣିଜ୍ୟର ମହାମିଳନ କୁଶୁର୍ଲା ମକରମେଳା ଆରମ୍ଭ ହୋଇଛି। ଏହି ମେଳେ ଆଠ ଦିନ ଧରି ଚାଲିବ ।
ଭାରତୀୟ ସଂସ୍କୃତିର ମହାନ ପର୍ବ ମକର ସଂକ୍ରାନ୍ତି ସାରା ଦେଶରେ ଭିନ୍ନ ଭିନ୍ନ ପରଂପରା ଅନୁକ୍ରମେ ପାଳିତ ହେଉଥିବାବେଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ ନିଳକଣ୍ଠେଶ୍ବର ମହାଦବଙ୍କ ପିଠରେ ୬୯ବର୍ଷ ହେଲା ଆରମ୍ଭ ହୋଇଥିବା ମକରଯାତ୍ରା ହରଗୌରୀଙ୍କ ରଥଯାତ୍ରା ପାଇଁ ପ୍ରସିଦ୍ଧି ଲାଭ କରିଛି ।
ପରଂପରା ଅନୁକ୍ରମେ ମ ରାମପୁର ରାଜା ମିହିର ଚନ୍ଦ୍ର ସିଂଦେଓ ନିଳକଣ୍ଠେଶ୍ବର ପୀଠରେ ପୂଜାର୍ଚନା କରିବା ପରେ ପରେ ବିଭିନ୍ନ ରିତି ନିତି ସହ ହରଗୌରୀଙ୍କୁ ରଥାଋଢ କରାଯାଇ ନଗର ପରିକ୍ରମା କରାଯାଇଥିଲା । ହଜାର ହଜାର ଭକ୍ତଙ୍କ ଗହଣରେ ହରଗୌରୀ ସାଧାରଣ ଜନତାଙ୍କୁ ଦର୍ଶନ ଦେଇଥିଲେ । ପାରଂପାରିକ ଗଣାବଜା, ମୂଖାନୃତ୍ୟଓ ସାଂସ୍କୃତିକ ଶୋଭାଯାତ୍ରା ଏହି ରଥଯାତ୍ରାର ମୂଖ୍ୟ ଆକର୍ଷଣ ପାଲଟିଥିଲା । ଭକ୍ତମାନେ ମକର ଚାଉଳ ପାଇବା ସହ ଅନେକ ଯୁବତୀ ନିଜ ନିଜ ଭିତରେ ମକର ବସିଥିଲେ । କର୍ଲାମୁଣ୍ଡା ଥାନା ଅଧିକାରୀଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
କମିଟିର ସଭାପତି ନିରାକାର ସାହୁ, ସଂପାଦକ କଂସାସୁର ଜାନୀ, ନୈରୁତ ଜାନୀ, ଟିକନୁରାମ ମାଝୀ, ଗଜରାଜ ମାଝୀ ଓ କାର୍ଯ୍ୟକର୍ତା ମାନଙ୍କ ବଳିଷ୍ଠ ନେତୃତ୍ବରେ ଶାନ୍ତି ଶୃଙ୍ଖଳା ସହ ‘ନେଉଳ ଘର ପ୍ରବେଶ’ ଓ ହରଗୌରୀଙ୍କ ରଥଯାତ୍ରା ସଂପନ୍ନ ହୋଇଯାଇଥିବା ବେଳେ ଜାନୁଆରୀ ୧୮ରେ ୫୨ଖଣ୍ଡ ଗ୍ରାମର ଆଦିବାସୀ ଓ ଅଧିବାସୀଙ୍କ ଉପସ୍ଥିତିରେ ଚଣ୍ଡିଗୁଡି ଯାତ୍ରା ସହ ମକରମେଳା ସମାପନ ହେବ ବୋଲି ଆୟୋଜକ କମିଟିରୁ ସୂଚନା ମିଲିଛି ।
ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗଉଡଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube