ଧର୍ମଗଡ଼ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା

ବ୍ୟାଡମିନଟନରେ ରାକେଶ ବେମାଲ ଓ ସୌରଭ ସାହାଣୀ ପୁଣିଥରେ ଚାମ୍ପିୟନ

ଧର୍ମଗଡ,୧୫/୧:
ଧର୍ମଗଡ ଠାରେ ଆଜି ଠାରୁ ଆରମ୍ଭ ହେବାକୁ ଜାଉଛି କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୯ । ଏହି ଉପଳକ୍ଷେ ଆୟୋଜିତ ବ୍ୟାଡମିନଟନ ପ୍ରତିଯୋଗିତାରେ ଜୁନାଗଡର ରାକେଶ ବେମାଲ ଓ ଭବାନୀପାଟଣାର ସୌରଭ ସାହାଣୀ ଯୋଡି ପୁଣିଥରେ ଚଂପିୟନ ହୋଇଛନ୍ତି ।
ଆୟୋଜିତ ପ୍ରତିଯୋଗୀତାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଜୁନାଗଡ଼ ,ଭାବନିପାଟଣା, ଧର୍ମଗଡ଼ , ଜୟପାଟଣା ଓ ଛତିଶଗଡ ଦେଭୋଗର ଖେଳାଳି ମାନେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିଲେ । ବ୍ୟାଡମିନଟନ ଡବଲ୍ସରେ ଭାବନିପାଟଣାର ସନ୍ଦୀପ ମିଶ୍ର ଓ ମହେଶ କୁକରଜିଙ୍କୁ ହରେଇ ଜୁନାଗଡ଼ ର ରାକେଶ ବେମାଲ ଓ ଭାବନିପାଟଣାର ସୌରଭ ସାହାଣୀ ସୁନ୍ଦର ଖେଳ ପ୍ରଦର୍ଶନ କରି ଚଂପିୟନ ହାଇଥିଲେ । ଏଠାରେ ସୂଚନା ଯୋଗ୍ୟଯେ ରାକେଶ-ସୌରଭ ଯୋଡି ଜୁନାଗଡ଼ କଳାହାଣ୍ଡି ଉତ୍ସବରେ ମଧ୍ୟ ଚଂପିୟନ ହୋଇଥିଲେ ।
ସେହିପରି ବ୍ୟାଡମିନଟନ ସିଙ୍ଗଲରେ ଭାବନିପାଟଣାର ସନ୍ଦୀପ ମିଶ୍ରଙ୍କୁ ହରେଇ ସୌରଭ ସାହାଣୀ ଚଂପିୟନ ହେଇଛନ୍ତି ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.