ଓ୍ବାଶିଂଟନ, ୧୧।୧୧:
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଏବେ ତାଙ୍କ ମନକଥା ଖୋଲି କହିଛନ୍ତି। ସଦ୍ୟ ପ୍ରକାଶିତ ପୁସ୍ତକ ‘ବିକମିଂ’ରେ ସେ ବହୁ ଅକୁହା କଥାକୁ ସ୍ଥାନ ଦେଇଛନ୍ତି।
ମିଶେଲ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ଏଥିରେ ସ୍ଥାନ ଦେଇଛନ୍ତି। ବିଶେଷକରି ସେ ହ୍ବାଇଟ୍ ହାଉସରେ କଟାଇଥିବା ସମୟରେ ଯାହାସବୁ ଘଟଣା ଘଟିଥିଲା ସେସବୁକୁ ସେ ଏଥିରେ ସ୍ଥାନିତ କରିଛନ୍ତି।
ଏହାସହ ଓବାମାଙ୍କ ସହ ଗଢି ଉଠିଥିବା ପ୍ରେମ ସର୍ମ୍ପକୁ ମଧ୍ୟ ଏଥିରେ ଲେଖି ବସିଛନ୍ତି ମିଶେଲ। ଆହୁରି ମଧ୍ୟ ତାଙ୍କର ୨ ଝିଅଙ୍କୁ ସେ ଆଇଭିଏଫ୍ ବା ଇନ୍ ଭିଟ୍ରୋ ଫର୍ଟିଲିଟି ମାଧ୍ୟମରେ ଜନ୍ମ ଦେଇଥିବା କହିଛନ୍ତି।
ତେବେ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସେ କେବେ କ୍ଷମା କରିପାରିବେ ନାହିଁ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ କରିଛନ୍ତି।