ତୃଣମୂଳ ସ୍ତରରେ ମିଳିବ ସରକାରୀ ଯୋଜନାର ସୁଫଳ

କଦମ୍ବଗୁଡ଼ାରେ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୧୫/୧:ଏଣିକି ସରକାରଙ୍କ ସବୁ ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବ । ହିତାଧିକାରୀମାନେ କାହା ପାଖକୁ ଯିବା ଦରକାର ନାହିଁ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ପିଠା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଏହାଦ୍ୱାରା। ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀ  ସିଧାସଳଖ ଭାବେ ସରକାରୀ ଯୋଜନାର ସୁଫଳ ପାଇବେ ବୋଲି ଆଜି ଲାଞ୍ଜିଗଡ ବ୍ଲକ କଦମ୍ବଗୁଡାଠାରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଆଜି ପଞ୍ଚାୟତ ନିକଟସ୍ଥ ପଡିଆଠାରେ ଆୟୋଜିତ ପିଠା ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଏବିଡିଓ ବିଭୁତିଭୂଷଣ ଶତପଥି ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା କମର୍ଦ୍ଧା ସମିତି ସଦସ୍ୟ ଜଗଦୀଶ ବେନିଆ ଯୋଗ ଦେଇଥିଲେ । ସରପଞ୍ଚ ଜ୍ୟୋସ୍ନାରାଣୀ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ମଇନା ମାଝୀ, ନାଏବ ସରପଞ୍ଚ କର୍ଣ୍ଣ ଗଉଡ, ପୂର୍ବତନ ସରପଞ୍ଚ ଫକୀର ମାଝୀ, ସମାଜସେବୀ ସରୋଜ କୁମାର ପଧାନ, ମୂରଲୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମାରୋହରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲକ୍ଷ୍ମଣ ପରିଡା । ଏହି ଅବସରରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ରାଜେନ୍ଦ୍ର କୁମାର ପଣ୍ଡା, ମିଶନଶକ୍ତି କାର୍ଯ୍ୟକ୍ରମ ପକ୍ଷରୁ ମନ୍ଦାର ମହାନନ୍ଦ, ସୁନେତ୍ର କାର୍ଯ୍ୟକ୍ରମ ପାଇଁ ଦୀପ୍ତିରାଣୀ ସ୍ୱାଇଁ ଷ୍ଟଲ ଖୋଲିବା ସହ ଲୋକଙ୍କୁ ଏହିସବୁ ଯୋଜନା ସଂପର୍କରେ ବୁଝାଇଥିଲେ । ସେହିପରି ପଞ୍ଚାୟତ ଅଞ୍ଚଳର ୪୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରାୟ ଦଶ ହଜାର ପିଠାକୁ ନେଇ ଏକ ଆକର୍ଷଣୀୟ ଷ୍ଟଲ ଖୋଲାଯାଇଥିଲା । ବିଜୁ ଯୁବ ବାହିନୀର ଅଜିତ ପଧାନ ଓ ସନ୍ତୋଷ ମାଝୀଙ୍କ ନେତୃତ୍ୱରେ ବିଜୁ ଯୁବ ବାହିନୀ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ପଞ୍ଚାୟତର ୧୩ଟି ଗାଁରୁ ଏକ ହଜାରରୁ ଉର୍ଧ ମହିଳା ଓ ପୁରୁଷ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ତଥ୍ୟ ଓ ସୂଚନା ଲାଭ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.