କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୯ ଧର୍ମଗଡ (Visual News)

ଧର୍ମଗଡ,୧୬/୧:
ଧର୍ମଗଡ ଠାରେ ଆରମ୍ଭ ହୋଇଛି କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୯ । କଳାହାଣ୍ଡିର ବିଭିନ୍ନ ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀକୁ ମଞ୍ଚର ରୂପ ଦେଇ ପ୍ରସିଦ୍ଧି ଅର୍ଜନ କରିଥିବା ଧର୍ମଗଡ ଏବର୍ଷ ରହସ୍ୟମୟ ଶାଙ୍କୁସ ଶୈବ ପୀଠ ଉର୍ଲାଦାନୀ ଓ କେନ୍ଦୁପାଟୀ ବନଦୂର୍ଗା ମନ୍ଦିରକୁ ମଞ୍ଚରେ ସ୍ଥାନ ଦେଇଛି । ଏହା ଅତି ଆକର୍ଷଣିୟ ଓ ଜୀବନ୍ତ ପରି ମନେ ହେଉଥିବାରୁ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ମଙ୍ଗଳବାର ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀଙ୍କ ପୀଠରୁ ଶକ୍ତି କଳସ ଆଣି ମୁଖ୍ୟ ମଞ୍ଚ ରେ ସ୍ଥାପନ କରାଯାଇଥିଲା । ମାଁ ଭଣ୍ଡାରଘରଣୀଙ୍କ ଶକ୍ତି କଳସ ସଙ୍ଗେ ସଙ୍ଗେ ଗ୍ରାମର ଅନ୍ୟ ଦେବା ଦେବୀ ମାନଙ୍କୁ ଆବାହନ କରି ମୁଖ୍ୟ ମଞ୍ଚକୁ ଆଣି କଳାହାଣ୍ଡି ଉତ୍ସବର ଶୁଭାରମ୍ଭ କରାଯାଇଥିଲା ।

ତିନି ଦିନ ଧରି ମହାସମାରୋହରେ ପାଳନ କରାଯାଉଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ଆସି କଳା ପରିବେଷଣ କରିବେ । ଉଦଘାଟନୀ ଉତ୍ସାବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ସମ୍ମାନିତ ଅତିଥି ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସଦର ବିଧାୟକ ଅନାମ ନାଏକ, ଏନଏସି ଅଧକ୍ଷା ସୁଶ୍ରୀ ହୀରା ବାଗ ପ୍ରମୂଖ ଉପସ୍ଥିତ ଥିଲେ ।

ଧର୍ମଗଡ ଉପ ଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପଞ୍ଚାୟତ ମହା ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଧର୍ମଗଡ ବିଡିଓ ଅଶୋକ କୁମାର ଭୋଇ । ପରେ ପରେ ଆୟୋଜିତ ଘୁମୁରା, ବଜାସାଲ ଆଦି ବିଭିନ୍ନ ଲୋକନୃତ୍ୟର ଭରପୁର ମଜା ନେଇଥିଲେ ଦର୍ଶକ ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.