ଧର୍ମଗଡରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ରଥ

ଧର୍ମଗଡ,୧୬/୧: ଚିକାଗୋ ବିଶ୍ବଧର୍ମ ମହାସମ୍ମିଳନୀରେ ସ୍ବାମୀ ବିବେକାନନ୍ଦ ଯେଉଁ ଅଭିଭାଷଣ ପ୍ରଦାନ କରିଥିଲେ ତା’ର ୧୨୫ ବର୍ଷ ପୂର୍ତ୍ତୀ ଅବସରରେ ସ୍ବାମୀଜୀଙ୍କ ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ମ ରାମପୁର ରାମକୃଷ୍ଣ ଆଶ୍ରମରୁ ଏକ ପ୍ରତିମୂର୍ତି ରଥ ପଶ୍ଚିମ ଓଡିଶା ପରିଭ୍ରମଣ କରୁଛି । ଆଜି ଏହି ରଥ ଧର୍ମଗଡ ଠାରେ ପହଞ୍ଚିବାପରେ ନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନତା ରଥଟିକୁ ଭବ୍ୟ ସ୍ବାଗତ ସମ୍ରଦ୍ଧନା ଜ୍ଞାପନ  କରିଥିଲା ।

ଏନଏସି ଅଧ୍ୟକ୍ଷ୍ୟା ସୁଶ୍ରୀ ହୀରାବାଗ , ଏନଏସି ର ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଦିବ୍ୟ ସିଂହ ମହାନ୍ତି, ଧର୍ମଗଡ ୟାଦବ ମହାସଭା ସଭାପତି ଧନୁ ଗୋପାଳ, ଏନଏସି କୋଡିନେଟର ବିଜୁ ଯୁବ ବାହିନୀ ପ୍ରବିଣ ସାହୁ, ବ୍ଳକ କୋଡିନେଟର ବିଜୁ ଯୁବ ବାହିନୀ  ସୌମେନ୍ଦ୍ର ପଣ୍ତା, ଯୁବ ବାହିନୀ କ୍ଳବ ନଂ ୧, ୨ ଓ ୩ ର ସଭାପତି, ଏନଏସି  ମିଡିଆ ସେଲ ଯୁବ ସଭାପତି ଚନ୍ଦନ କୁମାର ପାତ୍ରଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ଧର୍ମଗଡ ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.