ଚିତ୍ରଶିଳ୍ପୀଙ୍କ ଜାଦୁଗରୀ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି କାନ୍ଥବାଡ

ସବୁଜ-ସୁନ୍ଦର-ସ୍ୱଚ୍ଛ ଧର୍ମଗଡ଼ର ପ୍ରୟାସ ଆରମ୍ଭ

ଧର୍ମଗଡ଼,୨୭/୭: ଧର୍ମଗଡ଼ ସହରର କାନ୍ଥବାଡ ବିଭିନ୍ନ କଳାକୃତିରେ ସଜେଇ ହୋଇ ସତେଯେପରି ନବବଧୂର ଭ୍ରମ ସୃଷ୍ଟି କରୁଛି । ଏଥିରେ କଳାହାଣ୍ଡିର ଐତିହ୍ୟ, ପରମ୍ପରା ସହ ବିବିଧ ରୂପ ସ୍ଥାନ ପାଉଛି ।

ଧର୍ମଗଡ଼ ଉପଖଣ୍ଡରେ ନୂତନ ଭାବେ ଯୋଗଦେଇଥବା ଉପଜିଲ୍ଲାପାଳ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିବାକର ଟି.ଏସ୍ ଙ୍କ ପକ୍ଷରୁ ସବୁଜ-ସୁନ୍ଦର-ସ୍ୱଚ୍ଛ ଧର୍ମଗଡ଼ର ପ୍ରୟାସ ଆରମ୍ଭ ହୋଇଛି । ଉପଖଣ୍ଡ ସହରର ସଫେଇ କାର୍ଯ୍ୟକ୍ରମ ଓ ସୌନ୍ଦର୍ଯ୍ୟ କରଣକୁ ପ୍ରାଥମିକତା ଦିଆଯାଇ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ଉପଜିଲ୍ଲାପାଳ ।

ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁଁ କାର୍ଯ୍ୟ ହରେଇଥିବା ଚିତ୍ରଶିଳ୍ପୀ କାମ ପାଇ ବେଶ ଖୁସି ଅନୁଭବ କରୁଛନ୍ତି । ସେମାନେ ଅତି ଉତ୍ସାହର ସହ ବୀରମାଟି କଳାହାଣ୍ଡିର ଅନନ୍ୟ କଳା ଭାସ୍କର୍ଯ୍ୟକୁ ତୁଳୀମୂନରେ ଫୁଟେଇ ଅତ୍ମତୃପ୍ତି ଲାଭ କରୁଥିବା ପ୍ରକାଶ କରିଛନ୍ତି ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.