କଂଗ୍ରେସ ଛାଡିଲେ ନବ ଦାସ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ। ଆଜି ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ସ୍ଥାନୀୟ ଲୋକ ତଥା ଭୋଟରମାନେ ସେ ବିଜେଡିରେ ଯୋଗଦେବା ପାଇଁ ଚାହୁଁ ଥିବାରୁ ଅଞ୍ଚଳର ବିକାଶ ଲାଗି ସେ ବିଜେଡିରେ ଯୋଗଦେବେ। ଏଥିସହ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

 

ସେ ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତବେଳେ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି । ସେ ରାଜ୍ୟ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାପତି ପଦ ଓ କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଅପରପକ୍ଷେ କଂଗ୍ରେସରୁ ତାଙ୍କୁ ବହିଷ୍କାର କରାଯାଇ ଥିବା ମଧ୍ୟ ଶୁଣିବାକୁ ମିଳୁଛି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.