ମଳୟ କରୁଆଁଙ୍କ କବିତା : ମାନବଧର୍ମ

✒️ମଳୟ କରୁଆଁ

ଆରେ ମୂର୍ଖ ମର୍ତ୍ତ୍ୟ !
ଧର୍ମ ବୋଲି କିଛି ନାଇଁରେ
ଯାହାକୁ ତମେ ଧର୍ମ ବୋଲାଅ
ତାହା ଅଧର୍ମ ପଥଗାମୀ ।

ମାନବବାଦୀ,ବାସ୍ତବବାଦୀଠାରୁ ବଳି
ଆଉ ଧର୍ମ ନାଇଁରେ ଧନ
ଅଯଥାରେ ମାୟାରେ ବାୟା ନହୋଇ
ଏହି ମହାମାରୀ,ଆପାତ ବେଳେ
ହାତ ନହେଲେ ନାଇଁ
କାନ୍ଧଟିକେ ମିଳେଇ ଛାର ହେବା ସ୍ଥାନ ଯାଏ
କମସେ କମ ଚାଲି ନିଜ
ମଣିଷ ପଣିଆ ଧର୍ମ ରକ୍ଷାକର ।

“ଧର୍ମୋ ରକ୍ଷତି ରକ୍ଷୀତଃ”
ବୋଧେ ଭୁଲି ଗଲୁଣି ………
ଧର୍ମକୁ ରକ୍ଷାକଲେ ରକ୍ଷା ପାଇବୁ
ନଚେତ ଭସ୍ମଅସୁର ପରି ଭସ୍ମୀଭୂତ ହେବୁ ।

ଧର୍ମରମାନେ କାହାରି
ନାମ କି କର୍ମ ହୋଇନପାରେ
କିନ୍ତୁ ଅସହାୟକୁ ସହାୟ,
ଅଚେତନ ନରହି ଚେତନ
କଳଙ୍କିତ ନ ହୋଇ ନିଷ୍କଳଙ୍କ,
ଅନ୍ୟର ଅପକାର ନଚିନ୍ତି ଉପକାର
କରିବା ଧର୍ମ ।

ଭବାନୀପାଟଣା, କଳାହାଣ୍ଡି
ମୋ: ୯୧୭୮୯୯୩୬୭୬


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.