ମନୋଜ ପଟ୍ଟନାୟକ : ସ୍ବପ୍ନ ଓ ସମ୍ଭାବନା

ଭବାନୀପାଟଣା :
କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ କ୍ଷେତ୍ରରେ ପଛରେ ପଡି ଯାଇଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଅର୍ଥ ନୈତିକ ପ୍ରଗତୀ ଆଦି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡିଥିବା ଏହି ଅଞ୍ଚଳକୁ ବିକାଶ ଶ୍ରୋତରେ ସାମିଲ କରିବାକୁ ଅନେକ ଯୁବ ନେତୃତ୍ବ ଆଗଭର ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଯୁବନେତା ତଥା ସଂଗଠକ ମନୋଜ କୁମାର ପଟ୍ଟନାୟକ ଅନ୍ୟତମ । ଗତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନର୍ଲା ନିର୍ବାଚନୀ କ୍ଷେତ୍ରରେ ସୁପରିଚିତ ହୋଇ ସାରିଥିବା ଶ୍ରୀଯୁକ୍ତ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଓହ୍ଲାଇବାର ଯୋଜନା ରଖିଛନ୍ତି ।ବର୍ତମାନ ସମୟ ବ୍ୟବସ୍ଥାର ପରିବର୍ତନ ନହେଲେ ସାଧାରଣ ଲୋକଙ୍କ ଦୂଃଖ ଦୂର ହୋଇ ପାରିବ ନାହିଁ । ଏଥିପାଇଁ ନିର୍ବାଚିତ ଜନ ପ୍ରତିନିଧି, ପ୍ରସାଶନ ଓ ଜନତାଙ୍କ ମଧ୍ୟରେ ଉତ୍ତମ ସଂପର୍କର ସେତୁ ପ୍ରତିଷ୍ଠା ଜରୁରୀ । ଯୁବ ଶକ୍ତି ଓ ନାରୀ ଶକ୍ତିର ଉତ୍ଥାନ ସହ ସେମାନଙ୍କୁ ସ୍ବରୋଜଗାରକ୍ଷମ କରିବାସହ ବିକାଶଧାରାରେ ସାମିଲ କରିବା ସହ ତୃଣମୂଳ ସ୍ଥରରେ ଲୋକଙ୍କ ସମସ୍ୟା ସହ ଅବଗତ ହୋଇ ବିଧିବଦ୍ଧ ଭାବେ କାର୍ଯ୍ୟଧାରା ପ୍ରସ୍ତୁତ କଲେ ଆମ ଅଞ୍ଚଳର ବିକାଶ ଧାରାରେ ପରିବର୍ତନ ନିଶ୍ଚୟ ହୋଇପାରିବ ବୋଲି କହନ୍ତି ମନୋଜ ପଟ୍ଟନାୟକ ।

ଲୋକଙ୍କ ପ୍ରଗାଢ ଭଲ ପାଇବା ତାଙ୍କୁ ଆଗକୁ ବଢିବାର ରାହା ଯୋଗାଇଛି ଓ ସାଧାରଣ ଜନତାର ସେବା ପାଇଁ ସେ ଉଚ୍ଛର୍ଗି କୃତ ବୋଲି ପ୍ରକାଶ କରନ୍ତି ।
ରାସ୍ତା ଖରାପ ଥିବାରୁ ନର୍ଲା ବ୍ଲକ ଅନ୍ତର୍ଗତ ଡଙ୍ଗରମାଲ ଗାଁର ପ୍ରତାପ ସାହୁ ଦୂର୍ଘଟଣାଗ୍ରସ୍ତ ହୋଇ ଆଣ୍ଠୁ ଭାଙ୍ଗି ଯାଇଥିବା ବେଳେ ମନୋଜ ପଟ୍ଟନାୟକ ତାଙ୍କୁ ସମାବେଦନା ଜଣାଇ କିଛି ଆର୍ଥିକ ସହଯୋଗ କରିଛନ୍ତି ।

ସେହିପରି ସାଧାରଣ ଜନତାର ସେବା ସହ ଅଞ୍ଚଳର କ୍ରିଡା ଓ ସାଂସ୍କୃତିକ ଚେତନାର ଅଦ୍ଭୁଦୟ ପାଇଁ ଅନେକ ଅନୁଷ୍ଠାନକୁ ସହଯୋଗ କରି ଯୁବ ସମାଜକୁ ସଶକ୍ତ କରିବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଦୂଃଖିର ଦୂଃଖକୁ ପ୍ରସମିତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ନିଜସ୍ବ ଉଦ୍ୟମରେ ସହଯୋଗ କରୁଥିବା ଏହି ଯୁବନେତା ଯୋଗ ଦେଉଥିବା ସଭା ସମିତିରେ ପ୍ରବଳ ଜନ ସମାଗମ ହେଉଥିବାରୁ ତାହା ତାଙ୍କ ଶୁଭ ସୂଚନା ବୋଲି ମନେହୁଏ ।

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.