ମାଲଗୁଣ୍ଡି ସୂର୍ଯ୍ୟ ମନ୍ଦିରରେ ଶାମ୍ବ ଦଶମୀ

କଳାହାଣ୍ଡି,୧୬/୧: ଜୟପାଟଣା ବ୍ଲକ କୁଚାଗାଁ ସ୍ଥିତ ମାଲଗୁଣ୍ଡି ଠାରେ ଥିବା ବହୁ ପୁରାତନ ସୂର୍ଯ୍ୟ ମନ୍ଦିର ଠାରେ ପବିତ୍ର ଶାମ୍ବ ଦଶମୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୂରାରୋଗ୍ଯରେ ଆକ୍ରାନ୍ତ ହେଲାପରେ ସୂର୍ଯ୍ୟଦେବତାଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ । ସେଥିପାଇଁ ସୂର୍ଯ୍ୟଦେବତାଙ୍କ ପ୍ରତି ଲୋକଙ୍କ  ପ୍ରଗାଢ ବିଶ୍ବାସ ରହିଛି । ଏହି ପୂଜା ବର୍ଷକୁ ଥରେ ପାଳନ ହେଉଥିବାରୁ ଅଞ୍ଚଳ ର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗ ଦେଇଥିବା ବେଳେ ଅନେକ ଭକ୍ତଙ୍କର ସମାଗମ ହୋଇଥିଲା । ସେବକ ସତ୍ୟ ବ୍ରତ ଦାସଙ୍କ କହିବା ଅନୁସାରେ ପ୍ରଥମେ ସୂର୍ଯ୍ୟନାରାୟଣଙ୍କ ବିମାନ ନଗର ପରିକ୍ରମା କଲାପରେ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟଦାନ କରାଯାଇଥିଲା ଏବଂ ପୂଜା ସମାପନ ପରେ ସମସ୍ତ ଭକ୍ତଙ୍କୁ ଅନ୍ନ ଭୋଗ ପ୍ରଦାନ କରାଯାଇଥିଲା । ବର୍ତମାନ ସିମାଞ୍ଚଳ ଦାସ ମନ୍ଦିରର ମୂଖ୍ୟ ସେବକ ଦାଇତ୍ବ ନିର୍ବାହ କରୁଛନ୍ତି ।  ଏହା ବହୁ ପୁରାତନ ମନ୍ଦିର ହୋଇଥିବାରୁ ଭଗବାନ ସୂର୍ଯ୍ୟନାରାୟଣଙ୍କ ଉପରେ ଲୋକଙ୍କ ପ୍ରଗାଢ ବିଶ୍ବାସ ରହିଛି। ଏହି ମନ୍ଦିର ପ୍ରତି ପ୍ରଶାସନ ଉଦାସିନ ରହିଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ସହ ସୌନ୍ଦର୍ଯ୍ୟକରଣ କରିବାକୁ ସାଧାରଣରେ ଦାବି ହେଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.