ନୂଆଦିଲ୍ଲୀ, ୧୧/୧୧:
ସାମୁଦ୍ରିକ ବାତ୍ୟା ‘ଗାଜା’ ଆଗାମୀ ୩୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବା ପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼ର ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ଅଗ୍ରସର ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏହା ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟି ପାରେ ବୋଲି ଇଣ୍ଡିଆ ମେଟେରୋଲଜିକାଲ୍ ଡିପାର୍ଡମେଣ୍ଟ୍ କହିଛି।
ତେବେ ପଶ୍ଚିମ-ଦକ୍ଷିଣପଶ୍ଚିମ ଆଡ଼କୁ ଗତି କରିବା ବେଳେ ତାହା ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ନଭେମ୍ବର ୧୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ମଧ୍ୟସ୍ଥ କୁଡ୍ଡାଲୋର୍ (ତାମିଲନାଡୁ) ଏବଂ ଶ୍ରୀହରିକୋଟା ଅତିକ୍ରମ କରିବ।
