ବାନ୍ଦୁପଲା ଓ ନାରେନ ପଞ୍ଚାୟତ ଠାରେ ପିଠା କାର୍ଯ୍ୟକ୍ରମ 

ଟିଟିଲାଗଡ,୧୭|୦୧: ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମ ପଞ୍ଚାୟତ ଠାରେ ଆଜି ସରପଞ୍ଚ ଶ୍ରୀଯୁକ୍ତ ରଘୁନାଥ କୁମ୍ଭାରଙ୍କ ନେତୃତ୍ଵରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତୀ ପୁଟେଲ ଯୋଗଦାନ କରିଥିଲେ । ଏହି ଅବସରରେ ବିଧାୟିକା ଶ୍ରୀମତୀ ସାହୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ  ବୁଝାଇବା ସହ କିପରି ଭାବେ  ସମସ୍ତେ ଯୋଜନା ଗୁଡିକରର ଲାଭ ନେଇ ପାରିବେ ସେହି ବିଷୟରେ ଅବଗତ କରାଇଥିଲେ । ଅପରପକ୍ଷରେ ନାରେନ ଗ୍ରାମ ପଞ୍ଚାୟତ ଠାରେ ମଧ୍ୟ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ନାରେନ ସରପଞ୍ଚ ଶ୍ରୀଯୁକ୍ତ ଦୟାରାମ ଅଗ୍ରୱାଲ, କାଲିଆ ଯୋଜନା ର ନୋଡାଲ୍ ଅଫିସର ସରୋଜ କୁମାର ତ୍ରିପାଠୀ, ଜିପିଓ ଲକ୍ଷଣ ପ୍ରଧାନ, ଇଓ ଉଜ୍ବଳ ଝାଙ୍କର, ସମିତି ସଭ୍ୟ ଟଙ୍କଧର ବଗର୍ତ୍ତୀ, ସିଡିପିଓ ଗିତାଞ୍ଜଳୀ ଭୋଇ, ବିଜେଡି ବ୍ଲକ ସଭାପତି ସଂଜୟ ବେହେରା ପ୍ରମୁଖ ଯୋଗଦେଇ ଥିବା ବେଳେ ବିଜୁ ଯୁବ ବାହିନୀ ସହାପତି  ତପବନ୍ତ ପୁଟେଲ, ସମ୍ପାଦକ ଫକିର ନାଗ, କୋଷାଧ୍ୟକ୍ଷ ଅନିଲ ସ୍ବାଇଁ ତଥା ସ୍ବୟଂ ସହାୟକ ଗୋଷ୍ଠୀ, ବିଦ୍ୟୁତ୍ ବିଭାଗ କର୍ମଚାରୀ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ପ୍ରମୁଖଉପସ୍ଥିତ ଥିଲେ । ଉଭୟ ପଞ୍ଚାୟତରେ ମିସନ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୫୦୦୦ ଟଙ୍କା ଲେଖାଏଁ ବଣ୍ଟନ କରିବା ସହିତ ସୁନେତ୍ର ଯୋଜନାରେ ବୃଦ୍ଧ ମାନଙ୍କୁ ଚଷମା , ଆମ ଏଲଇଡି ଯୋଜନାରେ ସମସ୍ତଙ୍କୁ ବଲ୍ ଓ ରାସନ କାର୍ଡ୍ ରୁ ବଞ୍ଚିତ ଥିବା ହିତାଧିକାରୀ ମାନଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣଙ୍କ ସମାଗମ ହୋଇଥିଲା ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁର ଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.