‘ପିଠା’ ହେଲା କାଳ : ଅଳ୍ପକେ ବର୍ତିଲେ ବୃଦ୍ଧା

ଭତ୍ତା ଦେବା ନାଁରେ ପିଠା କାର୍ଯ୍ୟକ୍ରମରେ ବୃଦ୍ଧ ବୃଦ୍ଧାଙ୍କୁ ଜମାଇ ରଖିଥିଲେ ପଞ୍ଚାୟତ କର୍ତୃପକ୍ଷ

ଦିନ ୨ଟା ପର୍ଯ୍ୟନ୍ତ ଭୋଜନ ମିଳିପାରିଲା ନାହିଁ : ସଂଜ୍ଞାହିନ ହୋଇ ପଡିଲେ ବୃଦ୍ଧା ଗୁଣମଣୀ

ବଲାଂଗିର,୧୭/୧:
ପିଠା କାର୍ଯ୍ୟକ୍ରମରେ ନିଜ ପଞ୍ଚାୟତକୁ ସବୁଠାରୁ ଉକୃଷ୍ଠ ପ୍ରତିପାଦନ କରିବାର ଲାଳସା ଯୋଗୁଁ ବୃଦ୍ଧ ବୃଦ୍ଧାଙ୍କୁ ମଧ୍ୟ ହଇରାଣ କରିବାକୁ ପଛାଉ ନାହାନ୍ତି ପଞ୍ଚାୟତ ଅଧିକାରୀ । ପିଠା କାର୍ଯ୍ୟକ୍ରମ ଦିନ ଭତ୍ତା ଦେବା ନାଁରେ ପଞ୍ଚାୟତରେ ଭିଡ ଜମାଇ ରଖିଥିଲେ । ଭତ୍ତା ପାଇଁ ଦିର୍ଘ ସମୟ ଅପେକ୍ଷା କରି ପିଠା କାର୍ଯ୍ୟକ୍ରମ ଦେଖୁଖିବା ସମୟରେ ଜଣେ ବୃଦ୍ଧା ସଂଜ୍ଞାହିନ ହୋଇ ପଡିବା ପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କନ୍ଧକେଲଗାଁ ଗ୍ରାମପଞ୍ଚାୟତରେ ।ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଆଜି କନ୍ଧକେଲଗାଁ ଗ୍ରାମ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଞ୍ଚ ଭାରତୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, ସମ୍ମାନିତ ଅତିଥି ଭାବେ ସଇଁତଲା ବିଡିଓ ଚିତ୍ତ ରଂଜନ ବନଗୋଲା ପ୍ରମୂଖ ଯୋଗଦେଇ ସରକାରୀ ଯୋଜନାର ରୂପରେଖ ବିଷୟରେ ସାଧାରଣ ଜନତାଙ୍କୁ ବୁଝାଉଥିଲେ । ତେବେ ଏଥି ମଧ୍ୟରେ ଏକ ଅଘଟଣ ଘଟିଲା । ଭତ୍ତା ଆଣିବାକୁ ଆସି ପିଠା କାର୍ଯ୍ୟକ୍ରମରେ ଧରାପଡିଥିଲେ ବୃଦ୍ଧା ଗୁଣମଣୀ ମେହେର । ଏକରେତ ଠିକ ସମୟରେ ଭତ୍ତା ଦେଲେନାହିଁ ତା’ ଉପରେ ପେଟର ଭୋକ, ଦିନ ଦୁଇଟା ପର୍ଯ୍ୟନ୍ତ ବି ଭୋଜନ ଦେଇ ପାରିଲେ ନାହିଁ ପଞ୍ଚାୟତ କର୍ତୃପକ୍ଷ । ସଜ୍ଞାହିନ ହୋଇ ପଡିଲେ ବୃଦ୍ଧା ଗୁଣମଣୀ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଥିବା ଜଣାପଡିଛି ।ସାଧାରଣ ଜନତାର ଅଭିଯୋଗ ହେଉଛି ୧୫ କିମ୍ବା ୧୬ ତାରିଖରେ ଭତ୍ତା ନଦେଇ ଆଜି ଭତ୍ତା ଦେବାର କାରଣ କ’ଣ ? ଭତ୍ତା ଦେବା ନାଁରେ ପିଠା କାର୍ଯ୍ୟକ୍ରମରେ ବୃଦ୍ଧ ବୃଦ୍ଧା ମାନଙ୍କୁ ଡାକି ଜନଗହଳୀ ସୃଷ୍ଟି କରିବାକୁ ଅପଚେଷ୍ଟା କରିଥିଲେ ପଞ୍ଚାୟତ ଅଧିକାରୀ, ଯାହାର ପରିଣାମ ସ୍ବରୂପ ଅଳ୍ପକେ ବର୍ତିଲେ ବୃଦ୍ଧା ଗୁଣମଣୀ । ୬୦ ରୁ ୮୦ ବର୍ଷିୟ ବୃଦ୍ଧ ବୃଦ୍ଧା ମାନଙ୍କୁ ସକାଳ ୮ ଟାରୁ ଡାକି ଦିନ ୨ ଟା ପର୍ଯ୍ୟନ୍ତ ଖାଇବାକୁ ନଦେଇ ଭତ୍ତା ଦେବା ନାଁ ରେ ଭିଡ ବନେଇ ରଖିବା ଅତ୍ୟନ୍ତ ଗ୍ରହିତ କାର୍ଯ୍ୟ ବୋଲି ବୁଦ୍ଧିଜିବୀ ମହଳରୁ ମତ ପ୍ରକାଶ ପାଇଛି । ଯଦି ଉକ୍ତ ବୃଦ୍ଧାଙ୍କର କିଛି ହୋଇଯାଇଥାନ୍ତା ତେବେ ପଞ୍ଚାୟତ କର୍ତୃପକ୍ଷ ଦାୟି ରହିଥାନ୍ତେକି ବୋଲି ଜନତା ପ୍ରଶ୍ନ କରିଛି ।  ୫ ଲକ୍ଷ ଟଙ୍କା ଉପହାର ପାଇବା ଆଶାରେ କାହାରି ଜୀବନକୁ ବାଜି ଲଗାଇବାକୁ ପଛଉ ନାହଁନ୍ତି ପଞ୍ଚାୟତ ଅଧିକାରି । ଏପରି ପରସ୍ଥିତି ଆଗକୁ ହେଲେ ପିଠା ଯୋଜନା କାହାରି ଜୀବନ ନେଇପାରେ ବୋଳି ସ୍ଥାନୀୟ ଅଞ୍ଚଳରେ ଚର୍ଚା ଆଲୋଚନା ଜୋର ଧରିଛି । 

ବଲାଂଗିର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ଯୋଶିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.