ଜଳଯୋଗାଣ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ସହରବାସୀ, ଆନ୍ଦୋଳନ ଧମକ

ଜୁନାଗଡ଼,୮/୮: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଜଳ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଜୁନାଗଡ଼ ଏନଏସିର ୧୨ ଗୋଟି ୱାର୍ଡରେ ୨୦ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ପାନୀୟ ଜଳ ନିର୍ଭରଶୀଳ ତେବେ ସହରାଞ୍ଚଳ ଜଳଯୋଗାଣରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ବେପରୁଆ ମନୋଭାବ ଯୋଗୁଁ ସହର ବାସୀ ବିଭିନ୍ନ ସମୟରେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏନଏସିର ଦୁଇଟି ଓଭରହେଡ ପାଣିଟାଙ୍କି ୪.୩୦ ଲକ୍ଷ ଲିଟର ଓ ଗ୍ରାଉଣ୍ଡ ରେସେର୍ବେର ରେ ୧୦,୫୦ ଲକ୍ଷ ଲିଟରର ପାଣି ସହରକୁ ଯୋଗାଣ ବ୍ୟବସ୍ଥା ରହିଛି। ସହରରେ ବାସଗୃହ ସଂଯୋଗ ୧୫୬୭ ଟି ରହିଥିବା ବେଳେ, ୧୫୫ ଟି ସର୍ବସାଧାରଣ ପଏଣ୍ଟ ରହିଛି। ଟ୍ରେଟମେଂଟ ପ୍ଲାଣ୍ଟ ମରାମତି ଚାଲିଛି। ଠିକାଦାର ମାସ ମାସ ହେଲା ପାଇପ ପୋତା କାମକରି ପୋତହେବା ଜାଗାମାନଙ୍କର କଂକ୍ରିଟ ଖୋଲି ଅଦ୍ୟାବଧି ମଧ୍ୟ ତାହାର ନିର୍ମାଣ କରିନଥିବାରୁ ନାଳ ସୃଷ୍ଟି ହୋଇଛି ଓ ପାଣି ଜମା ହେବସହ ବିଭିନ୍ନ ସମସ୍ୟା ସୃଷ୍ଟି କରିଛି। ହଣ୍ଡାଖାଲ ପଡ଼ା, ପାଳସାପଦା, ଗନ୍ତାୟତପଡା, ହିଂଗିଳିବାହିଲି ଆଦି ଅଞ୍ଚଳରେ ଆବଶ୍ୟକ ପରିମାଣରେ ପାଣି ପହଂଚି ପାରୁ ନାହିଁ। ବିଭିନ୍ନ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ହେଉଥିଲେହେଁ ଠିକାଦାର ଓ ବିଭାଗୀୟ ବେପରୁଆ ମନୋଭାବ ଓ ନିମ୍ନମାନର କାର୍ଯ୍ୟ ସମ୍ପାଦନ ଯୋଗୁଁ ପ୍ରକଳ୍ପ ଗୁଡିକର ସ୍ଥାୟୀତ୍ୱ ପ୍ରତି ଲୋକେ ସନ୍ଦିହାନ ହେଉଛନ୍ତି। ପାଇପ ପୋତା ଓ ତତସଂଲଗ୍ନ କଂକ୍ରିଟ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସୁଜିତ ପଟ୍ଟନାୟକ ଙ୍କୁ ପଚାରିବାରୁ, ଠିକାଦାରଙ୍କ ଲୋକ ଆସି କାମ ଆରମ୍ଭ କଲେଣି ଓ ସମସ୍ୟାର ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ଏହାର ଆସୁ ସମାଧାନ ନକଲେ ଆନ୍ଦୋଳନ କରାଯିବ ବୋଲି ଅନେକେ ଲୋକ ପ୍ରକାଶ କରିଛନ୍ତି । ଏହାସହ ଏହି ବିଭାଗର ନିର୍ମାଣ କାର୍ଯ୍ୟ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.