ରାକ୍ସି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରିଡା ଉତ୍ସବ

କଳାହାଣ୍ଡି,୧୭/୧:
ବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀଙ୍କ ଶାରିରୀକ, ମାନସିକ ଓ ବୌଧିକ ବିକାଶ ସହ କ୍ରିଡା ସଚେତନତା ଓ ପ୍ରତିଯୋଗୀ ମନୋଭାବ ସୃଷ୍ଟି କରାଇବାର ଲକ୍ଷ ନେଇ ସାରା ରାଜ୍ୟର ବିଦ୍ୟାଳୟ ମାନଙ୍କରେ ଆରମ୍ଭ ହୋଇଛି କ୍ରିଡା ଉତ୍ସବ । ସେହି କ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ବାର୍ଷିକ କ୍ରିଡା ଉତ୍ସବ । ଏହି ଉତ୍ସବ ତିନି ଦିନ ଧରି ଚାଲିବ ବୋଲି ଜଣାପଡିଛି ।

ଏହି ବାର୍ଷିକ କ୍ରିଡା ଉତ୍ସବକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସବ ଉଦ୍ଦିପନା ଦେଖା ଦେଇଛି । ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି , ସମ୍ମାନିତ ଅତିଥି ଭାବେ ରାକ୍ସି ସରପଞ୍ଚ ଚନ୍ଦ୍ରମାଁ ଧଙ୍ଗଡାମାଝୀ, ବରିଷ୍ଠ ନାଗରିକ ଶଙ୍କର ବିଶ୍ବାଲ ପ୍ରମୂଖ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ୍ତ କୁମାର ସେଠିଙ୍କ ସଭାପତିତ୍ବରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବର ମଞ୍ଚ ପରିଚାଳନା କରିଥିଲେ ଗୋକୁଳ ଚନ୍ଦ୍ର ନାଏକ ।

ପ୍ରାରମ୍ଭରେ ରାକ୍ସି ଧରଣୀ ପିଠରେ ପୂଜାର୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲକୁ ଅଣାଯାଇ ବିଦ୍ୟାଳୟରେ ସ୍ଥାପନ କରାଯାଇଥିଲା । ଏହାପରେ କ୍ରିଡା ପତାକା ଉତ୍ତୋଳନ କରାଯାଇ ବାର୍ଷିକ କ୍ରିଡା ଆରମ୍ଭର ଉଦଘୋଷଣ କରାଯାଇଥିଲା । ଉଦଘାଟନୀ ସଂଗୀତ କାର୍ଯ୍ୟକ୍ରମର ପୁରୋଧା ଥିଲେ ଭାଟିପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜନ କୁମାର ତ୍ରିପାଠୀ ଓ ସହଯୋଗରେ ଗୁରୁ ଲଲିତ ବିଶ୍ବାଲ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ ପରେ ସପଥ ପାଠ କରାଯାଇଥିଲା ।

ଏହି କ୍ରିଡା ଉତ୍ସବରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦୌଡ, ଚୌକିବସା, ବେଙ୍ଗଡିଅାଁ, ସର୍ଟପୁଟ୍, ଜାଭଲିନ ଥ୍ରୋ ସହ ଅନେକ କ୍ରିଡା ପ୍ରତିଯୋଗିତା ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ ।

କ୍ରିଡା ଶିକ୍ଷକ ଶଙ୍କର୍ଷଣ ଗଉଡ, ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ରଣା, ଅଶୋକ କୁମାର ଧଙ୍ଗଡାମାଝୀ, ସତ୍ୟ ରଂଜନ ସ୍ବାଇଁ, ରଶ୍ମିତା ତ୍ରିପାଠୀ, ସ୍ବପ୍ନା ନାଏକ, ରିନା ପରିଡା, କଲ୍ୟାଣୀ ଷଢଙ୍ଗୀ, ପରମାନନ୍ଦ ସେନାପତି ଓ ରଜନୀକାନ୍ତ ବିଶ୍ବାଳ ପ୍ରମୂଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି କ୍ରିଡା ଉତ୍ସବର ପ୍ରତିଟି ମୁହୁର୍ତରେ ସହଯୋଗ କରିଥିଲେ । ଏହି ଉତ୍ସବ ଶନିବାର ଦିନ ଉଦଜାପିତ ହେବ ବୋଳି ବିଦ୍ୟାଳୟ ତରଫରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.