ଦୁଷ୍ମନ୍ତ ଗହିରଙ୍କ କବିତା : ଦେବଦୂତ

ଚମଲିଙ୍ଗ ସାର
ତୁମେ ହିଁ ପ୍ରକୃତ ରାଜନୀତିର
ଦେବଦୂତ
ଆର୍ଥିକ ବିକାଶର ଚାଣକ୍ୟ
ବେକାରୀ ସମସ୍ୟା ଧୂଳିସାତ
କରିବାର ନୀତି
ତୁମଠାରେ ହିଁ ଖୋଜେ ଯତାର୍ଥ ।

ବିକାଶନ୍ମୋଖି ଯୋଜନା
ଆଣିଦିଏ ଖୁସିର ସ୍ବପ୍ନ
ଗଢି ତୋଳିବାର ଏକ ନୂଆଁ ଦୁନିଆଁ
ଯେଉଁଠି ସୁଖର ଛାୟାରେ
ଘୋଡେଇ ହେଇଥିବ
ପୂର୍ଣ୍ଣିମା ରାତି
ଆଉ ଖୋଜି ହେଉଥିବ
ଚନ୍ଦ୍ରାଲୋକରେ
ବିଳାସିତ ଜୀବନ ଚରମ ସୀମା ।

ନଥିବ ଆର୍ଡା
ଉଚ୍ଚ ନୀଚ ଭେଦଭାବର
ଲକ୍ଷ୍ମଣ ରେଖା
ଦାରିଦ୍ରିକ ଅନାହାର ଭଲି
ଘୂର୍ଣ୍ଣିବାତ୍ୟା ।

ବିକାଶର ପଥ
ଆପେ ଆପେ ନିର୍ମିତ ହେଉଥିବ
ପାଦ ତଳକୁ
ସାଉଁଟୁ ଥିବ
ଶାନ୍ତ ଶୀତଳ ସବୁଜ
ଘାସ ଗାଲିଚାରେ
ମଙ୍ଗଳ ଗ୍ରହକୁ ।

ଅର୍ଥାଭାବର କୁହେଲିକା
ଉଭେଇ ଯିବ
କେଉଁ ରତ୍ନାକର ଗର୍ତେ
ଚିରଦିନର ଅମାବାସ୍ୟା ପଥେ
ଦୀନଜନର ଉଜ୍ଜ୍ବଳ ଭବିଷ୍ୟ ହିତେ
ସଂଘର୍ଷର ଅନ୍ତିମ କାଳେ
ଧରେଇ ଦେଲେ
ରୋଜଗାର ଚାବିକାଠି
ବେରୋଜଗାର୍ ହାତେ
ବେରୋଜଗାର୍ ହାତେ ।।

(ସିକ୍କିମ୍ ମୁଖ୍ୟମନ୍ତ୍ରୀ ଚମଲିଙ୍ଗଙ୍କ ନୂଆ ଯୋଜନା “ଗୋଟିଏ ପରିବାର ଗୋଟିଏ ଚାକିରୀ” ପରି ମହତ କାର୍ଯ୍ୟ ଧାରାକୁ ନୂତନ ପିଢିର କବି ଦୁଷ୍ମନ୍ତ ଗହିରଙ୍କ କବିତା ‘ଦେବଦୂତ’ ଉତ୍ସର୍ଗିକୃତ )

ଗ୍ରା/ପୋ-ଗମ୍ଭାରୀଗୁଡା
ଭାୟା-କୋକସରା
ଜିଲ୍ଲା-କଳାହାଣ୍ଡି
ମୋ-9668232066

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.