ଲଜ୍ଜା : ୧୪ ବର୍ଷୀୟା ନାବାଳିକା ଜନ୍ମ ଦେଲେ ଶିଶୁ କନ୍ୟା

ଭୂବନେଶ୍ବର,୧୮/୧: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ କଳିଙ୍ଗ ନଗର ଥାନା ଅଞ୍ଚଳରେ ଏକ ଲଜ୍ଜାକର ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କ ଦ୍ବାରା ବାରଂବାର ପାଶବିକ ନିର୍ଯ୍ୟାତନାର ଫଳ ସ୍ବରୂପ ଜଣେ ୧୪ ବର୍ଷୀୟା ନାବାଳିକା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏନେଇ କଳିଙ୍ଗ ନଗର ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ କଳିଙ୍ଗ ନଗର ଥାନା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ କିଛିଦିନ ତଳେ ରେଲେଓ୍ଵ ବିଭାଗରେ ଠିକାଦାର ଭାବେ କାମ କରୁଥିବା ପିଣ୍ଟୁ ଜେନା ନାମକ ଜଣେ ଯୁବକ ପାଣି ଯୋଗାଇ ଦେବା କାମ କାମରେ ଲଗାଇଥିଲେ । ପରବର୍ତ୍ତୀ ସମୟରେ ପିଣ୍ଟୁ ବିଭିନ୍ନ ଭୟ ଦେଖାଇ ଜବରଦସ୍ତ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ନାବାଲିକା ପାଞ୍ଚ ମାସର ଗର୍ଭବତୀ ହେବାପରେ ପରିବାର ଲୋକେ ଏକଥା ଜାଣିଥିଲେ । ପରେ ପରିବାର ଲୋକେ କଳିଙ୍ଗ ନଗର ଥାନା ରେ ଲିଖିତ ଅଭିଯୋଗ ଅଭିଯୋଗ କରିଥିଲେ। ତେବେ ଗତ କାଲି କଳିଙ୍ଗ ନଗର ଥାନା ପୋଲିସ ନାବାଳିକା ଓ ତାଙ୍କ ବାପାଙ୍କୁ ଯାଜପୁର ନେଇଥିଲେ । ଫେରିବା ସମୟରେ ବାଟରେ ପିଡିତାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ତାଙ୍କୁ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏକଥା ପ୍ରଘଟ ହେବାପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।
For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.