ଗୁଜରାଟ, ୧୧/୧୧:
ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏହି ମୂର୍ତ୍ତିର ଉଚ୍ଚତା ୧୮୨ମିଟର୍। ଏହାକୁ ୭ କିଲୋମିଟର ଦୂରରୁ ବି ଦେଖି ହେବ। ମାତ୍ର ପାଞ୍ଚ ଦିନରେ ଏଠାରୁ ୭୫ ହଜାର ପର୍ଯ୍ୟଟକ ଆସିଛଂତି। ଶନିବାର ୨୫ ହଜାର ଲୋକ ଏହି ପ୍ରତିମାର ଦର୍ଶନ କରିଥିବା ଜଣାଯାଇଛି। ଟିକେଟ୍ ବିକ୍ରିରୁ ମିଳିଥିବା ଅର୍ଥର ପରିମାଣ ଅଢେଇ କୋଟିରେ ପହଞ୍ଚିଥିବା ଜଣାଯାଇଛି।
ଗତ ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦ୍ଘାଟନ କରିଥିଲେ।