ମେଲବୋର୍ନ: ମେଲବୋର୍ନ ଠାରେ ଆଜି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ଶୃଙ୍ଖଳାର ତୃତୀୟ ତଥା ଶୃଙ୍ଖଳା ବିଜୟୀ ହେବାର ନିର୍ଣ୍ଣାୟକ ମ୍ୟାଚ ର ଖେଳ ହୋଇଥିଲା। ସିଡନୀଠାରେ ଘରୋଇ ଅଷ୍ଟ୍ରେଲିଆ ଦଳ ୩୪ ରନ ରେ ପ୍ରଥମ ମ୍ୟାଚ ବିଜୟୀ ହୋଇଥିଲା। ଆଡିଲେଡ ଠାରେ ଦ୍ବିତୀୟ ମ୍ୟାଚକୁ ଭାରତୀୟ ଦଳ ୬ ଉଇକେଟରେ ବିଜୟୀ ହୋଇ ଶୃଙ୍ଖଳାକୁ ୧-୧ ସ୍ଥିତିରେ ରଖିବାକୁ ସମର୍ଥ ହୋଇଥିଲା।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇ ଅଷ୍ଟ୍ରେଲିଆକୁ ବ୍ଯାଟିଂ କରିବା ପାଇ ଆମନ୍ତ୍ରିତ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮. ୪ ଓଭରରେ ସମସ୍ତ ଉଇକେଟ ହରାଇ ୨୩୦ ରନ କରିଥିଲା। ହେଣ୍ଡକମ୍ସ ୫୮ ରନ କରିଥିଲେ ୬୩ ବଲ ରେ।ସେ ୨ ଟି ଚୌକା ମାରିଥିଲେ।ସନ ମାର୍ସ ୩୯ ରନ କରିଥିଲେ ୫୪ ବଲ ରେ। ସେ ୩ ଟି ଚୌକା ମାରିଥିଲେ। ୟୁଜବେନ୍ଦ୍ର ଚହଳ ୬, ଭୁବନେଶ୍ବର ଓ ସାମି ୨ ଉଇକେଟ ଅକ୍ତିଆର କରିଥିଲେ।
ମ୍ଯାନ ଅଫ ଦ ସିରିଜ ଧୋନୀ
ଦ୍ୱିତୀୟ ଇନିଂସରେ ଭାରତ ୪୯.୨ ବଲରେ ୩ ଉଇକେଟ ହରାଇ ୨୩୪ ରନ କରି ବିଜୟୀ ହୋଇଥିଲା। କେଦାର ଯାଦବ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ। ଧୋନି ୮୭ ରନ କରିଥିଲେ ୧୧୪ ବଲ ଖେଳି ସେ ୬ ଟି ଚୌକା ମାରିଥିଲେ । କେଦାର ଯାଦବ ୬୧ ରନ କରିଥିଲେ ୫୭ ବଲରେ ଯେଉଁଥିରେ ୭ ଟି ଚୌକା ସାମିଲ ଥିଲା। କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନୀ ଅପରାଜିତ ରହି ଇନିଂସ ର ଅନ୍ତିମ ଓଭରରେ ରୋମାଞ୍ଚକ ବିଜୟୀ ହାସଲ କରିଥିଲେ । ଏହି ମ୍ୟାଚ ବିଜୟ ସହିତ ଭାରତ ୨-୧ ରେ ପ୍ରଥମଥର ଲାଗି ଅଷ୍ଟ୍ରେଲିଆ ଠାରେ ଦ୍ବିପାକ୍ଷିକ ଦିନିକିଆ କ୍ରିକେଟ ମ୍ୟାଚ ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଥିଲା।
ମ୍ଯାନ ଅଫ ଦ ମ୍ୟାଚ ଚହଳ
ଚହଳ ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ମ୍ଯାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ସେ ୧୦ ଓଭର ବୋଲିଂ କରି ୪୨ ରନ ଦେଇ ବହୁମୂଲ୍ଯ ୬ ଉଇକେଟ ଅକ୍ତିଆର କରିଥିଲେ। ଧୋନୀ ମ୍ଯାନ ଅଫ ଦ ସିରିଜ ଘୋଷିତ ହୋଇଥିଲେ। ଶୃଙ୍ଖଳାର ତିନି ମ୍ୟାଚରେ ସେ ତିନୋଟି ଅର୍ଦ୍ଧଶତକ ହାସଲ କରି ମୋଟ ୧୯୩ ରନ ସଂଗ୍ରହ କରିଥିଲେ। ଭାରତ ନିଜର ଅଷ୍ଟ୍ରେଲିଆ ଗସ୍ତ ଶୃଙ୍ଖଳା ବିଜୟ ସହ ସମାପ୍ତ କରିଛି।